୨୧ ବର୍ଷ ଅପେକ୍ଷାର ଅନ୍ତ, ଭାରତର ହର୍ନାଜ ସାନ୍ଧୁ ଜିତିଲେ ମିସ୍ ୟୁନିଭର୍ସ ଟାଇଟଲ୍

ନୂଆଦିଲ୍ଲୀ: ଭାରତର ହର୍ନାଜ ସାନ୍ଧୁ ନେଲ୍ ଜିତିଛନ୍ତି ମିସ୍ ୟୁନିଭର୍ସ ଟାଇଟଲ୍ | ପଞ୍ଜାବର ୨୧ ବର୍ଷ ବୟସ୍କା ହର୍ନାଜ୍ ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷାର ଅନ୍ତ ଘଟାଇ ଏହି ମୁକୁଟ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି |

ଶେଷଥର ଭାରତର ଲାରା ଦତ୍ତ ୨୦୦୦ରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ | ହର୍ନାଜଙ୍କ ପୂର୍ବରୁ କେବଳ ଦୁଇଜଣ ଭାରତୀୟ ଅଭିନେତ୍ରୀ ସୁସ୍ମିତା ସେନ୍(୧୯୯୪) ଏବଂ ଲାରା ଦତ୍ତା(୨୦୦୦) ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ।

ହର୍ନାଜ ସାନ୍ଧୁ ପଞ୍ଜାବର ଚଣ୍ଡିଗଡ଼ ବାସିନ୍ଦା। ବୃତ୍ତିରେ ହର୍ନାଜ୍ ଜଣେ ମଡେଲ୍ ଏବଂ ସେ ପବ୍ଲିକ୍ ଆଡମିନିଷ୍ଟ୍ରେଶନରେ ପିଜି କରୁଛନ୍ତି | ଗତ ବର୍ଷର ମିସ୍ ୟୁନିଭର୍ସ ମେକ୍ସିକୋରେ ଆଣ୍ଡ୍ରିଆ ମେଜା ହର୍ନାଜଙ୍କୁ ବିଜେତା ମୁକୁଟ ପିନ୍ଧାଇଥିଲେ। ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ପାରାଗୁଏର ନାଦିଆ ଫେରେରା ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଦକ୍ଷିଣ ଆଫ୍ରିକାର ଲାଲେଲା ମିସୱାନେ ତୃତୀୟ ସ୍ଥାନରେ ରହିଥିଲେ।
ଏଥର ମିସ୍ ୟୁନିଭର୍ସ ପ୍ରତିଯୋଗିତା ଇସ୍ରାଏଲରେ ଅନୁଷ୍ଠିତ ହୋଇଥିଲା ।

Comments are closed.