ଦେଶରେ ପୁଣି ବଢ଼ିଲା ବେକାରୀ ହାର, ଏପ୍ରିଲରେ ବେକାରୀ ହାର ୭.୮୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଏପ୍ରିଲରେ ଦେଶରେ ବେକାରୀ ହାର ବଢ଼ିଛି । ବେକାରୀ ହାର ଏପ୍ରିଲ ମାସରେ ୭.୮୩ ପ୍ରତିଶତକୁ ବୃଦ୍ଧି ପାଇଛି। ମାର୍ଚ୍ଚରେ ଏହା ୭.୬୦ ପ୍ରତିଶତ ଥିଲା। ସୋମବାର ପ୍ରକାଶିତ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଭାରତୀୟ ଅର୍ଥନୀତି ଉପରେ ନଜର ରଖୁଥିବା ଏକ ସଂସ୍ଥା ‘ସଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏପ୍ରିଲ ମାସରେ ଏହି ସଂଖ୍ୟା ପ୍ରକାଶ କରିଛି । ଏହି ରିପୋର୍ଟ ଅନୁଯାୟୀ, ସହରାଞ୍ଚଳରେ ବେକାରୀ ହାର ୯.୨୨ ପ୍ରତିଶତ ଥିବାବେଳେ ମାର୍ଚ୍ଚରେ ଏହା ୮.୧୮ ପ୍ରତିଶତ ରହିଥିଲା।

ଅପରପକ୍ଷେ, ଗ୍ରାମାଞ୍ଚଳରେ ବେକାରୀ ହାର ଏପ୍ରିଲରେ ୭.୧୮ ପ୍ରତିଶତକୁ ଖସି ଆସିଛି। ମାର୍ଚ୍ଚରେ ଏହା ୭.୨୯ ପ୍ରତିଶତ ଥିଲା। CMIE ରିପୋର୍ଟ ଅନୁଯାୟୀ, ହରିୟାଣାରେ ସର୍ବାଧିକ ୩୪.୫ ପ୍ରତିଶତ ବେକାରୀ ହାର ରେକର୍ଡ କରାଯାଇଛି। ଏହା ପରେ ରାଜସ୍ଥାନ ୨୮.୮ ପ୍ରତିଶତ ବେକାରୀ ହାର ସହିତ ଦ୍ୱିତୀୟ ସ୍ଥାନରେ ଅଛି | ୨୧.୧ ପ୍ରତିଶତ ସହିତ ବିହାର ତୃତୀୟ ଏବଂ ଜାମ୍ମୁ କାଶ୍ମୀର ୧୫.୬ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି |

CMIE ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ ଏପ୍ରିଲରେ ଶ୍ରମ ଭାଗୀଦାରୀ ହାର ଏବଂ ନିଯୁକ୍ତି ହାରରେ ମଧ୍ୟ ବୃଦ୍ଧି ଘଟିଛି। ସେ ଏହାକୁ ଭାରତୀୟ ଅର୍ଥନୀତି ପାଇଁ ଏକ ଭଲ ସଙ୍କେତ ବୋଲି କହିଛନ୍ତି। ବ୍ୟାସ କହିଛନ୍ତି ଯେ ଏପ୍ରିଲ ମାସରେ ନିଯୁକ୍ତି ହାର ୩୭.୦୫ ପ୍ରତିଶତରେ ପହଞ୍ଚିଛି |

Comments are closed.