ରନୱେରେ ବସି ଯାତ୍ରୀମାନଙ୍କ ଖାଇବା ଘଟଣା, ଇଣ୍ଡିଗୋ ଏୟାରଲାଇନକୁ ନୋଟିସ୍

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦର ରନୱେରେ ବସି ଯାତ୍ରୀମାନେ ଖାଉଥିବା ଦୃଶ୍ୟ ଭାଇରାଲ୍ ପରେ ଇଣ୍ଡିଗୋ ଏୟାରଲାଇନର ଅଡ଼ୁଆ ବଢ଼ିଛି । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଓ ମୁମ୍ବାଇ ବିମାନବନ୍ଦରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ୧୨ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଯାଇଥିଲା । ଫ୍ଲାଇଟ୍ ବିଳମ୍ବ ଯୋଗୁଁ ଯାତ୍ରୀମାନଙ୍କୁ ବହୁ ଅସୁବିଧା ହୋଇଥିଲା। ଯାତ୍ରୀମାନେ ବାଧ୍ୟ ହୋଇ ରନୱେରେ ବସି ଖାଦ୍ୟ ଖାଇଥିଲେ ।

ଏହି ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡ଼ିଓରେ ଯାତ୍ରୀମାନେ ରନୱେରେ ତଳେ ବସି ଖାଉଥିବା ଦେଖିବାକୁ ମିଳୁଛି | ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି।

ଏହି ଘଟଣା ପାଇଁ ଇଣ୍ଡିଗୋ ଯାତ୍ରୀମାନଙ୍କୁ କ୍ଷମା ମାଗିଛି । କମ୍ପାନୀ କହିଛି, ଜାନୁଆରୀ ୧୪ରେ ଗୋଆ-ଦିଲ୍ଲୀ ଇଣ୍ଡିଗୋ ବିମାନ ୬ଇ-୨୧୯୫ ସମ୍ବନ୍ଧୀୟ ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ । ଦିଲ୍ଲୀର ଭିଜବିଲିଟି କମ୍ ଥିବାରୁ ଏହି ବିମାନ ମୁମ୍ବାଇକୁ ପଠାଯାଇଥିଲା। କମ୍ପାନୀ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି।

ଏହା ପୂର୍ବରୁ ଉଡ଼ାଣ ବିଳମ୍ବରେ ଉତ୍ତ୍ୟକ୍ତ ହୋଇ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନର କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ରବିବାର ସନ୍ଧ୍ୟାରେ ଦିଲ୍ଲୀ ବିମାନ ବନ୍ଦରରେ ଇଣ୍ଡିଗୋର ଦିଲ୍ଲୀ-ଗୋଆ ବିମାନରେ ଘଟିଥିଲା।

ଏପରି ଅବ୍ୟବସ୍ଥା ନେଇ ଯାତ୍ରୀମାନଙ୍କ ଅସନ୍ତୋଷ ପରେ ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସବୁ ଏୟାରଲାଇନ୍ ପାଇଁ ଏସ୍ଓପି ଜାରି କରିଛି । ଫ୍ଲାଇଟ୍ ବିଳମ୍ବ ସମ୍ପର୍କରେ ସଠିକ୍ ସୂଚନା ହ୍ବାଟସଆପ୍ କିମ୍ବା ଏମ୍ଏମ୍ଏସ୍ ମାଧ୍ୟମରେ ଯାତ୍ରୀ ମାନଙ୍କୁ ଆଗୁଆ ଦେବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।

Comments are closed.