ୟୁକ୍ରେନ ସଙ୍କଟ: କିଭରେ ଗୁଳିମାଡ଼ରେ ଆହତ ଭାରତୀୟ ଛାତ୍ର ହରଜୋତ୍ ଆଜି ସ୍ବଦେଶ ଫେରିବେ

ନୂଆଦିଲ୍ଲୀ:କିଛି ଦିନ ତଳେ ୟୁକ୍ରେନର ରାଜଧାନୀ କିଭରେ ଗୁଳିମାଡ଼ରେ ଆହତ ହୋଇଥିବା ଭାରତୀୟ ଛାତ୍ର ହରଜୋତ ସିଂ ସୋମବାର ସ୍ବଦେଶ ଫେରୁଛନ୍ତି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାରିଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି.କେ ସିଂ କହିଛନ୍ତି ଯେ ଛାତ୍ର ତାଙ୍କ ସହ ଫେରୁଛନ୍ତି। ହରଜୋତଙ୍କ ପାସପୋର୍ଟ ମଧ୍ୟ ହଜିଯାଇଥିବା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, କିନ୍ତୁ ସେ ସୋମବାର ତାଙ୍କ ସହ ଫେରି ଆସୁଛନ୍ତି। ଭି.କେ ସିଂ କହିଛନ୍ତି, ଆଶା କରୁଛି ଯେ ଘର ଖାଦ୍ୟ ଏବଂ ଯତ୍ନ ସହ ହରଜୋତ ଶୀଘ୍ର ଭଲ ହୋଇଯିବେ ।

ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରବିବାର କହିଛି ଯେ ଯୁଦ୍ଧଗ୍ରସ୍ତ ୟୁକ୍ରେନ ପଡ଼ୋଶୀ ଦେଶରୁ ସୋମବାର ୧୫୦୦ ଜଣ ଭାରତୀୟଙ୍କୁ ଆଠଟି ବିମାନରେ ଘରକୁ ଅଣାଯିବ। ରୁଷର ଆକ୍ରମଣ ଯୋଗୁଁ ୟୁକ୍ରେନର ବାୟୁସୀମା ଫେବୃଆରୀ ୨୪ ରୁ ବନ୍ଦ ରହିଛି । ଏହି କାରଣରୁ ୟୁକ୍ରେନ ର ପଡ଼ୋଶୀ ଦେଶ ଗୁଡ଼ିକରୁ ବିମାନ ଚଳାଚଳ କରୁଛି । ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ ରବିବାର ଦିନ ୨୧୩୫ ଭାରତୀୟ ନାଗରିକଙ୍କୁ ଅଣାଯାଇଥିଲା । ଅନ୍ୟପଟେ ସୋମବାର ଦିନ ୧୫୦୦ ରୁ ଅଧିକ ଭାରତୀୟଙ୍କୁ ଆଠଟି ସ୍ୱତନ୍ତ୍ର ବିମାନ (ପାଞ୍ଚଟି ବୁଡାପେଷ୍ଟ, ଦୁଇଟି ସୁକେଆଭା ଏବଂ ଗୋଟିଏ ବୁଖାରେଷ୍ଟ)ରେ ଅଣାଯିବ।

ୟୁକ୍ରେନରେ ଅବଶିଷ୍ଟ ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ଅପରେସନ୍ ଗଙ୍ଗା ର ଶେଷ ପର୍ଯ୍ୟାୟ ଆରମ୍ଭ କରିଛି |

Comments are closed.