ମୁସେୱାଲା ହତ୍ୟାକାଣ୍ଡ: ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ଖଲିସ୍ତାନୀ ଆତଙ୍କବାଦୀ ସତୀନ୍ଦରଜିତ ସିଂ ଓରଫ୍ ଗୋଲ୍ଡି ବ୍ରାରଙ୍କ ବିରୋଧରେ ଆନ୍ତର୍ଜାତୀୟ ସଂଗଠନ ‘ଇଣ୍ଟରପୋଲ’ ରେଡ୍ କର୍ଣ୍ଣର ନୋଟିସ ଜାରି କରିଛି। ଗୋଲ୍ଡି ବ୍ରାର୍ କାନାଡ଼ାରେ ରହୁଛି । ପଞ୍ଜାବ ମନସା ଜିଲ୍ଲାର ତାଙ୍କ ଘରଠାରୁ କିଛି ଦୂରରେ ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗୋଲ୍ଡି ବ୍ରାରଙ୍କ ଘନିଷ୍ଠ ସହଯୋଗୀ ତଥା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ହେପାଜତରେ ପଚରାଉଚରା କରାଯାଉଛି। ଇଣ୍ଟରପୋଲ ହେଉଛି ଏକ ଆନ୍ତର୍ଜାତୀୟ ସଂଗଠନ ଯାହା ଅପରାଧ ନିୟନ୍ତ୍ରଣରେ ବିଭିନ୍ନ ଦେଶର ପୋଲିସ ସହିତ ସହଯୋଗ କରିଥାଏ |

Comments are closed.