ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ, ଢାକାରେ ଇସକନ ରାଧାକାନ୍ତ ମନ୍ଦିରରେ ଭଙ୍ଗାରୁଜା

ଢାକା: ବାଂଲାଦେଶରେ ପୁଣି ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି । ପୁଣିଥରେ ମୁସଲିମ ମୌଳବାଦୀ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏଥର ଗୁରୁବାର ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଇସକନ୍ ରାଧାକାନ୍ତ ମନ୍ଦିରରେ ଏକ ଗୋଷ୍ଠୀ ଭଙ୍ଗାରୁଜା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ଢାକା ୱାରିର ୨୨୨ ଲାଲ ମୋହନ ସାହା ଛକରେ ରହିଛି | ଗୁରୁବାର ରାତି ପ୍ରାୟ ୭ଟା ସମୟରେ ମୁସଲିମ ନେତା ହାଜି ସୈଫୁଲ୍ଲାଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ ଲୋକ ଜବରଦସ୍ତ ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ମାଓବାଦୀମାନେ ମଧ୍ୟ ମନ୍ଦିରକୁ ଲୁଟ୍ କରିଥିଲେ। ଏହି ସମୟରେ ମନ୍ଦିରରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ମଧ୍ୟ ମାଡ ଦିଆଯାଇଥିଲା, ଯେଉଁଥିପାଇଁ ସେମାନେ ଆହତ ହୋଇଥିଲେ।

ଆପଣଙ୍କୁ କହିରଖୁଛୁ ଯେ ବାଂଲାଦେଶରେ ଗତ କିଛି ବର୍ଷ ମଧ୍ୟରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣର ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ନବରାତ୍ର ସମୟରେ କିଛି ଦୁର୍ଗା ମଣ୍ଡପ ଉପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଅନେକ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଉକ୍ତ ହିଂସାରେ ୨ ହିନ୍ଦୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments are closed.