ମୁସଲିମ୍ ବହୁଳ ଦେଶକୁ ଯାତ୍ରା ନ କରିବା ପାଇଁ ନିଜ ନାଗରିକଙ୍କୁ କହିଲା ଇସ୍ରାଏଲ୍

ଜେରୁଜେଲମ: ହାମାସ୍ ସହ ଲଢ଼େଇ ମଧ୍ୟରେ ଇସ୍ରାଏଲ୍ ଏହାର ନାଗରିକ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ‌। ଇସ୍ରାଏଲ୍ ନାଗରିକଙ୍କ ପ୍ରତି ବିପଦ ରହିଥିବା ଦର୍ଶାଇ ମୁସଲିମ ଦେଶଗୁଡ଼ିକୁ ଗସ୍ତ ନ କରିବା ପାଇଁ ନିଜ ନାଗରିକ ମାନଙ୍କୁ ପରାମର୍ଶ ‌ଦେଇଛି ଇସ୍ରାଏଲ୍ । ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ଇଜିପ୍ଟ, ଜୋର୍ଡାନ ଏବଂ ମରୋକ୍କୋ ଭଳି ଦେଶ ପାଇଁ ଟ୍ରାଭେଲ ଆଲର୍ଟ ସ୍ତର ବଢ଼ାଇ ଦେଇଛି |

ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଇସ୍ରାଏଲ୍ ନାଗରିକ କୌଣସି ମଧ୍ୟପ୍ରାଚ୍ୟ ଦେଶ କିମ୍ବା ଆରବ ରାଷ୍ଟ୍ର, ତୁର୍କୀ, ଇଜିପ୍ଟ, ଜୋର୍ଡାନ, ବହାରିନ୍, ମରୋକ୍କୋ ଏବଂ ୟୁଏଇକୁ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ।

ଏହା ବ୍ୟତୀତ ଲୋକଙ୍କୁ ମାଲେସିଆ, ବାଂଲାଦେଶ, ଇଣ୍ଡୋନେସିଆ ପରି ମୁସଲମାନ ବହୁଳ ଦେଶକୁ ଯାତ୍ରା ନକରିବାକୁ ମଧ୍ୟ କହିଛି ।ଏହି ଦେଶଗୁଡିକ ପାଇଁ ଟ୍ରାଭେଲ ଆଲର୍ଟ ଜାରି ହୋଇସାରିଛି |

Comments are closed.