ଏପ୍ରିଲ ୨ରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ ଏପ୍ରିଲ ୨ରେ ଭାରତ ଗସ୍ତରେ ଆସିବେ। ପ୍ରଥମ ଥର ପାଇଁ ବେନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ବେନେଟ ଭାରତ ଆସୁଛନ୍ତି ବୋଲି ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ଗତ ବର୍ଷ ଅକ୍ଟୋବରରେ ଗ୍ଲାସଗୋରେ ପରିବେଶ ପରିବର୍ତ୍ତନ ଉପରେ ଏକ ଆଲୋଚନାଚକ୍ର ‘Cop26’ ଅବସରରେ ବେନେଟ୍ ପିଏମ ମୋଦିଙ୍କୁ ଭେଟିଥିଲେ | ସେତେବେଳେ ମୋଦି ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।

ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କର ତ୍ରୟୋବିଂଶ ବାର୍ଷିକୀ ଅବସରରେ ବେନେଟ ଭାରତ ଆସୁଛନ୍ତି । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ଆହୁରି ଆଗକୁ ବଢ଼ାଇବା ଏବଂ ମଜବୁତ କରିବା ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ବିସ୍ତାର କରିବା |

ଏହି ଗସ୍ତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ଭେଟିବେ। ଭାରତରେ ରହୁଥିବା ଯିହୁଦୀ ସମ୍ପ୍ରଦାୟକୁ ମଧ୍ୟ ବେନେଟ୍ ଭେଟିବେ |

ଏହି ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବେନେଟ ଏକ ବିବୃତ୍ତିରେ କହିଛନ୍ତି ଯେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ମୁଁ ଭାରତକୁ ପ୍ରଥମ ସରକାରୀ ଗସ୍ତ କରି ଅତ୍ୟନ୍ତ ଆନନ୍ଦିତ । ମୋଦି ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ପୁନଃ ଆରମ୍ଭ କରିଛନ୍ତି ଏବଂ ଏହାର ଐତିହାସିକ ମହତ୍ତ୍ଵ ରହିଛି।

Comments are closed.