ଭାରତର ସବୁଠୁ ବଡ଼ ଏଲଭିଏମ୍୩ ରକେଟ୍ ସହ ମହାକାଶକୁ ୩୬ଟି ଉପଗ୍ରହ ପଠାଇଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ସକଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଓ୍ବାନଓ୍ବେବ’ର ୩୬ଟି ଉପଗ୍ରହ ସହ ଭାରତର ସବୁଠୁ ବଡ଼ ଏଲଭିଏମ୍୩ ରକେଟର ସଫଳ ଉତକ୍ଷେପଣ କରିଛି।

ଏଲଭିଏମ୍୩-ଏମ୍୩ ଇସ୍ରୋର ସବୁଠୁ ଭାରି ଲିଫ୍ଟ ରକେଟ୍ ହୋଇଥିବା ବେଳେ ‘ଓ୍ବାନଓ୍ବେବ’ ହେଉଛି ବ୍ରିଟେନର‌ ଏକ ସାଟେଲାଇଟ୍ ଭିତ୍ତିକ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ । ଏହି କମ୍ପାନୀରେ ଭାରତର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ ହେଉଛି ସବୁଠୁ ବଡ଼ ସେୟାର ହୋଲ୍ଡର । ୩୬ ଉପଗ୍ରହର ସଫଳ ଉତକ୍ଷେପଣ ସହ କମ୍ପାନୀର ବିଶ୍ବବ୍ୟାପୀ ଜେନ୍-୧ ଗ୍ରୁପ୍ କଭରେଜ୍ ସମ୍ପନ୍ନ ହୋଇଛି । ବର୍ତ୍ତମାନ କକ୍ଷପଥରେ ‘ଓ୍ବାନଓ୍ବେବ’ର ୫୮୨ ଉପଗ୍ରହ ଅଛି | ଆଜି ଏହି ସଂଖ୍ୟା ୬୧୮ରେ ପହଞ୍ଚିବ ।

ଉଲ୍ଲେଖଯୋଗ୍ୟ ଯେ, ୨୩ ଅକ୍ଟୋବର ୨୦୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ ‘ଓ୍ବାନଓ୍ବେବ’ର‌ ପ୍ରଥମ ବ୍ୟାଚ୍ ଉପଗ୍ରହ ଏଲଭିଏମ୍୩ ରକେଟ୍ ସହିତ ଉତକ୍ଷେପଣ କରାଯାଇଥିଲା, ଯାହା ପୂର୍ବରୁ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ ଏମକେ୩ (ଜିଏସ୍ଏଲଭି ଏମକେ୩) ନାମରେ ଜଣା ଯାଉଥିଲା | ଦୁଇ ପର୍ଯ୍ୟାୟରେ ୭୨ ଉପଗ୍ରହ ଉତକ୍ଷେପଣ ପାଇଁ ୱାନୱେବ ସହିତ ଏୟାରଟେଲ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଚୁକ୍ତି କରିଥିଲା ।

Comments are closed.