ଇସ୍ରୋର ଛୋଟ ରକେଟ୍ ଏସ୍ଏସ୍ଏଲଭି-ଡି୨ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଏହାର ନୂଆ ତଥା ଛୋଟ ରକେଟ୍ ଏସ୍ଏସ୍ଏଲଭି-ଡି୨ କୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରିଛି | ଏହି ଉତକ୍ଷେପଣ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରାଯାଇଛି । ଆମେରିକାର କମ୍ପାନୀ ଆଣ୍ଟାରିସର ଜାନୁସ୍ -୧, ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସେକିଜର ଆଜାଦୀସାଟ୍-୨ ଏବଂ ଇସ୍ରୋର ସାଟେଲାଇଟ୍ ଇଓଏସ୍-୦୬ ସମେତ ତିନୋଟି ସାଟେଲାଇଟ୍ ନେଇ ମହାକାଶ ଅଭିମୁଖେ ଯାତ୍ରା କରିଛି | ଏହି ତିନି ସାଟେଲାଇଟ୍ ୪୫୦ କିଲୋମିଟର ଦୂର ସର୍କୁଲାର ଓର୍ବିଟରେ ସ୍ଥାପିତ ହେବ |

ଇସ୍ରୋ ଅନୁଯାୟୀ, ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହକୁ ନିମ୍ନ କକ୍ଷପଥରେ ଉତକ୍ଷେପଣ ପାଇଁ ଏସ୍ଏସ୍ଏଲଭି ବ୍ୟବହୃତ ହୁଏ | ଏହି ରକେଟ୍ ଅନ୍ ଡିମାଣ୍ଡ ଅନୁଯାୟୀ କମ୍ ଖର୍ଚ୍ଚରେ ଉପଗ୍ରହ ଉତକ୍ଷେପଣର ସୁବିଧା ଯୋଗାଇଥାଏ | ଏସ୍ଏସ୍ଏଲଭି ରକେଟର ଉଚ୍ଚତା ୩୪ ମିଟର ଓ ବ୍ୟାସ ୨ ମିଟର | ଏହି ରକେଟ୍ ସମୁଦାୟ ୧୨୦ ଟନ୍ ଭାର ବହନ କରିପରେ |

ଏହି ରକେଟର ପ୍ରଥମ ଉତକ୍ଷେପଣ ଗତ ବର୍ଷ ଅଗଷ୍ଟରେ ବିଫଳ ହୋଇଥିଲା।

Comments are closed.