ଇସ୍ରୋର ପାଣିପାଗ ଉପଗ୍ରହ ‘ଇନସାଟ୍-୩ଡିଏସ୍’ର ସଫଳ ଉତକ୍ଷେପଣ

ଶ୍ରୀହାରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଇନସାଟ୍-୩ଡିଏସ୍ ନାମକ ଉପଗ୍ରହର ସଫଳ ଉତକ୍ଷେପଣ କରିଛି । ଏହି ଉପଗ୍ରହ ଆଗାମୀ ୧୦ ବର୍ଷ ପାଇଁ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବ । ଏହି ଉପଗ୍ରହକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଅପରାହ୍ନ ୫.୩୫ରେ ଉତକ୍ଷେପଣ କରାଯାଇଥିଲା | ଜିଏସ୍ଏଲଭି ଏମକେ-୨ ରକେଟରୁ ଏହି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା । ଏହା ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥ (ଜିଟିଓ) ଅର୍ଥାତ୍ ପୃଥିବୀର ଉପର କକ୍ଷପଥରେ ୧୯ ମିନିଟ୍ ୧୩ ସେକେଣ୍ଡରେ ପହଞ୍ଚିଛି ।

୧ ଜାନୁଆରୀ ୨୦୨୪ରେ ପିଏସ୍ଏଲଭି-ସି୫୮ / ଏକ୍ସପୋସାଟ୍ ମିଶନ୍ ପରେ ଏହା ଚଳିତ ବର୍ଷ ଇସ୍ରୋର ଦ୍ୱିତୀୟ ମିଶନ୍ । ଏହା ଇନସାଟ୍-୩ଡି ସିରିଜର ସପ୍ତମ ଉତକ୍ଷେପଣ । ଏହି ସିରିଜର ଶେଷ ଉପଗ୍ରହ, ଇନସାଟ୍-୩ଡିଆର୍ ୮ ସେପ୍ଟେମ୍ବର ୨୦୧୬ରେ ମହାକାଶକୁ ପ୍ରେରଣ କରାଯାଇଥିଲା ।

Comments are closed.