ବିବିସି ଅଫିସରେ ଆୟକର ସର୍ଭେ ଜାରି

ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ସ୍ଥିତ ଅଫିସରେ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଆୟକର ସର୍ଭେ ଆଜି ବି ଜାରି ରହିବ | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବିସିର ଏହି ଦୁଇ ଅଫିସରେ ଆୟକର ଟିମ୍ କାଲି ରାତିସାରା ଛାନଭିନ୍ କରିଥିଲା। ଏହି ସମୟରେ ସମସ୍ତଙ୍କ ଫୋନ୍ ଏବଂ ଲାପଟପ୍ ଜବତ କରାଯାଇଥିଲା।

ବିବିସି ସହ ଜଡ଼ିତ ଫଣ୍ଡ୍ ଟ୍ରାନ୍ସଫର ଏବଂ ଟିକସ ଫାଙ୍କି ସମ୍ପର୍କିତ ସର୍ଭେ ପାଇଁ ଆଇଟି ଅଧିକାରୀମାନେ ସଂସ୍ଥାର ମୁମ୍ବାଇ, ଦିଲ୍ଲୀ ଅଫିସ ସିଲ୍ କରି ରାତି ସାରା ସର୍ଭେ ଅପରେସନ ଜାରି ରଖିଥିଲେ । ସୂତ୍ରରୁ ପ୍ରକାଶ ଯେ ଆୟକର ଅଧିକାରୀ ୨୦୧୨ ମସିହାରୁ ବିବିସିର ଆକାଉଣ୍ଟ ବିବରଣୀ ଯାଞ୍ଚ୍ କରୁଛନ୍ତି।

ଆୟକର ରେଡ୍ ନେଇ ବିବିସିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆୟକର ଅଧିକାରୀଙ୍କୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ ବୋଲି ବିବିସି ତରଫରୁ କୁହାଯାଇଛି ।

Comments are closed.