ବିବିସି ଅଫିସରେ ଆୟକର ସର୍ଭେ ତୃତୀୟ ଦିନ ବି ଜାରି, ଦୁଇ ଦିନ ଧରି ଘରକୁ ଯାଇ ନାହାନ୍ତି ୧୦ କର୍ମଚାରୀ

ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ସ୍ଥିତ ଅଫିସରେ ଆୟକର ବିଭାଗର ସର୍ଭେ ତୃତୀୟ ଦିନ ମଧ୍ୟ ଜାରି ରହିଛି। ବିବିସିର ଅର୍ଥ ଏବଂ ସମ୍ପାଦକୀୟ ବିଭାଗର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ଦୁଇ ଦିନ ଧରି ଘରକୁ ଯିବାକୁ ଦିଆଯାଇ ନାହିଁ। ଅନ୍ୟ କେତେକ କର୍ମଚାରୀଙ୍କ ଫୋନ୍ କ୍ଲୋନ୍ କରାଯାଇଛି |

ବିବିସି ଏହାର କର୍ମଚାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିଛି। ଯେଉଁ କର୍ମଚାରୀମାନଙ୍କର କମ୍ପ୍ୟୁଟର ଯାଞ୍ଚ୍ କରାଯାଇଛି ସେମାନଙ୍କୁ ଘରୁ କାମ କରିବାକୁ କୁହାଯାଇଛି।

ଗୁରୁବାର ହିନ୍ଦୁ ସେନାର ପ୍ରଦର୍ଶନ ପରେ ଆଜି ବିବିସି କାର୍ଯ୍ୟାଳୟ ବାହାରେ ଆଇଟିବିପି ଯବାନଙ୍କୁ ମୁତୟନ କରାଯାଇଛି ।

ଆୟକର ବିଭାଗ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)ର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ୨୦୧୨ ମସିହାରୁ ଆକାଉଣ୍ଟ ବିବରଣୀ ଯାଞ୍ଚ କରୁଛି। ତେବେ ଆଇଟି ଟିମ୍ ବିବିସିର ପ୍ରସାରଣ କାର୍ଯ୍ୟରେ ହସ୍ତକ୍ଷେପ କରୁନାହିଁ | ଆୟକର ବିଭାଗକୁ ସର୍ଭରେ ସହଯୋଗ କରିବାକୁ ବିସିସିଆଇ କର୍ମଚାରୀମାନଙ୍କୁ ନିବେଦନ କରିଛି।

ଅନ୍ତର୍ଜାତୀୟ ଟିକସରେ ଅନିୟମିତତା ସଂକ୍ରାନ୍ତରେ ଏହି ସର୍ଭେ କରାଯାଉଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ଓ ବୁଧବାର ପରେ ଆୟକର ଗୁରୁବାର ମଧ୍ୟ ବିବିସି ଅଫିସରେ ସର୍ଭେ ଜାରି ରହିଛି ।

Comments are closed.