ଭାରତକୁ ଝଟକା: ଏସିଆ କପରୁ ଜାଡେଜା ବାଦ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏସିଆ କପ୍ ରୁ ବାଦ୍ ପଡିଛନ୍ତି। ଜାଡେଜା ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୩୫ ରନ୍ ସ୍କୋର କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହଂକଂ ବିପକ୍ଷରେ ସେ ଏକ ରନ୍ ଆଉଟ୍ କରିବା ଗୋଟିଏ ୱିକେଟ୍ ନେଇଥିଲେ। ଜାଡେଜାଙ୍କ ସ୍ଥାନରେ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି।

ଏକ ପ୍ରେସ୍ ବିବୃତିରେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ ରବୀନ୍ଦ୍ର ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଯୋଗୁଁ ସେ ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି । ସେ ବର୍ତ୍ତମାନ ବିସିସିଆଇ ମେଡିକାଲ ଟିମର ତତ୍ତ୍ଵାବଧାନରେ ଅଛନ୍ତି। ଜାଡେଜା ଆଇପିଏଲ୍-୨୦୨୨ରେ ମଧ୍ୟ ଆଘାତ ସମସ୍ୟା ଯୋଗୁ ପୁରା ଟୁର୍ଣ୍ଣାମେଣ୍ଟ ଖେଳିପାରିନଥିଲେ । ଉଲ୍ଲେଖଯୋଗ୍ୟ ଯେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ମଧ୍ୟ ଆହତ କାରଣରୁ ଏସିଆ କପରେ ଖେଳୁ ନାହାଁନ୍ତି।

Comments are closed.