ଜେଏନୟୁ କୁଳପତି ଜଗଦୀଶ କୁମାର ୟୁଜିସିର ଚେୟାରମ୍ୟାନ୍ ନିଯୁକ୍ତ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଏମ.ଜଗଦୀଶ କୁମାରଙ୍କୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ଜେଏମୟୁରେ କୁମାରଙ୍କ କାର୍ଯ୍ୟକାଳ ବିବାଦୀୟ ରହିଥିଲା । ଗତ ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ସେ ବର୍ତ୍ତମାନ କାମଚଳା କୁଳପତି ଭାବେ ଦାୟିତ୍ଵ ତୁଲାଉଛନ୍ତି ।

ପ୍ରଫେସର ଡିପି ସିଂହଙ୍କ ଇସ୍ତଫା ପରେ ଡିସେମ୍ବର ୭ରୁ ୟୁଜିସି ଚେୟାରମ୍ୟାନ୍ ପଦ ଖାଲି ପଡ଼ିଥିଲା । ସିଂହ ୨୦୧୮ରେ ୟୁଜିସି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୟୁଜିସିର ଉପାଧ୍ୟକ୍ଷ ପଦ ମଧ୍ୟ ଖାଲି ପଡ଼ିଛି।

ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏମ.ଜଗଦୀଶ କୁମାରଙ୍କ ଉତ୍ତରାଧିକାରୀଙ୍କୁ ଜେଏନୟୁରେ ନିଯୁକ୍ତ କରି ନାହିଁ। ଜଗଦୀଶ କୁମାରଙ୍କୁ ଜାନୁଆରୀ ୨୦୧୬ରେ ଜେଏନୟୁର କୁଳପତି ଭାବେ ନିଯୁକ୍ତ କରାଯାଇଥିଲା | ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଏମ୍ଏସ୍ ଏବଂ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

Comments are closed.