‘୨୪ ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ !

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ଚେହେରା । ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏହା କହିଛନ୍ତି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡ ଯାତ୍ରା’କୁ ପ୍ରଶଂସା କରି କମଲନାଥ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ସେ (ରାହୁଲ) କେବଳ ବିରୋଧୀଙ୍କ ଚେହେରା ‌ହେବେନି ବରଂ ପ୍ରଧାନମନ୍ତ୍ରୀ ପଦର ମଧ୍ୟ ଚେହେରା ହେବେ । ରାହୁଲ ଗାନ୍ଧୀ କ୍ଷମତା ପାଇଁ ରାଜନୀତି କରନ୍ତି ନାହିଁ ବରଂ ଜନତାଙ୍କ ପାଇଁ ରାଜନୀତି କରନ୍ତି । ଏଭଳି ନେତାଙ୍କୁ ଦେଶର ଲୋକେ ସ୍ୱତଃ ପ୍ରବୃତ୍ତ ସିଂହାସନରେ ବସାନ୍ତି ବୋଲି କମଲନାଥ କହିଛନ୍ତି।

ଆସନ୍ତା ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ବିରୋଧୀଙ୍କ ଚେହେରା ହୋଇପାରନ୍ତି କି ବୋଲି ପଚରାଯିବାରୁ କମଲନାଥ ଏପରି ଉତ୍ତର ଦେଇଛନ୍ତି ।

କମଲନାଥ କହିଛନ୍ତି, ‘ବିଶ୍ୱ ଇତିହାସରେ କୌଣସି ବ୍ୟକ୍ତି ୩୫୦୦ କିଲୋମିଟରରୁ ଅଧିକ ପଦଯାତ୍ରା କରିନାହାଁନ୍ତି। ଦେଶ ପାଇଁ କୌଣସି ପରିବାର ଏତେ ତ୍ୟାଗ କେହି କରିନାହାଁନ୍ତି ଯେତିକି ଗାନ୍ଧୀ ପରିବାର କରିଛନ୍ତି ।

ପ୍ରଥମ ଥର କଂଗ୍ରେସର ଜଣେ ବରିଷ୍ଠ ନେତା ଆଗାମୀ ଲୋକସଭା ନିର୍ବାଚନରେ ​​ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ।

ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସଭାପତି ୭୬ ବର୍ଷୀୟ କମଲନାଥ କହିଛନ୍ତି ଯେ ଯେତେବେଳେ ‘ଭାରତ ଯୋଡ ଯାତ୍ରା’ ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ଭଳି ଦକ୍ଷିଣ ଭାରତ ଦେଇ ଯାଉଥିଲା, ସେତେବେଳେ ମହାରାଷ୍ଟ୍ରରେ ଏହି ଯାତ୍ରା ବିଫଳ ହେବ ବୋଲି ବିଜେପି ପ୍ରଚାର କରିଥିଲା। ଯେତେବେଳେ ମହାରାଷ୍ଟ୍ରରେ ଏହି ଯାତ୍ରା ଅଧିକ ସମର୍ଥନ ପାଇଲା ସେତେବେଳେ କୁହାଯାଇଥିଲା ଯେ ଏହା ହିନ୍ଦୀ ଭାଷୀ ରାଜ୍ୟ ଗୁଡ଼ିକରେ ଦକ୍ଷିଣ ଭାରତ ଭଳି ସମର୍ଥନ ପାଇପାରିବ ନାହିଁ, କିନ୍ତୁ ମଧ୍ୟପ୍ରଦେଶରେ ପହଞ୍ଚିବା ପରେ ଏହି ଯାତ୍ରା ସବୁ ରେକର୍ଡ ଭାଙ୍ଗିଛି।

Comments are closed.