କର୍ଣ୍ଣାଟକର ଓମିକ୍ରନ୍ ରୋଗୀ ଫେରାର୍, ଆଉ ୧୦ ବିଦେଶ ଫେରନ୍ତା ଯାତ୍ରୀଙ୍କ ମିଳୁନି ପତ୍ତା

ବେଙ୍ଗାଲୁରୁ: କର୍ଣ୍ଣାଟକର ଓମିକ୍ରନ୍ ସଂକ୍ରମିତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ କେଉଁଆଡେ ପଳାଇଛନ୍ତି। ଏକ ଘରୋଇ ଲ୍ୟାବରୁ କୋଭିଡ ନେଗେଟିଭ ସାର୍ଟିଫିକେଟ୍ ଗ୍ରହଣ କରିବା ପରେ ଉକ୍ତ ବ୍ୟକ୍ତି ନିଖୋଜ ଥିବା ରାଜ୍ୟ ସରକାର କହିଛନ୍ତି। ବିଦେଶ ଫେରନ୍ତା ୧୦ ଜଣ ଯାତ୍ରୀଙ୍କ ବି ପତ୍ତା ମିଳୁନଥିବା କୁହାଯାଇଛି।

କର୍ଣ୍ଣାଟକ ରାଜସ୍ୱ ମନ୍ତ୍ରୀ ଆର ଅଶୋକ ଶୁକ୍ରବାର ଦିନ ଓମିକ୍ରନ୍ ଉପରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ନିଖୋଜ ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯିବା ଉଚିତ ବୋଲି ସେ କହିଛନ୍ତି। ଯାତ୍ରୀମାନେ ସେମାନଙ୍କ ରିପୋର୍ଟ ନ ପାଇବା ପର୍ଯ୍ୟନ୍ତ ବିମାନ ବନ୍ଦର ଛାଡିବାକୁ ଅନୁମତି ଦିଆଯିବ ନାହିଁ |

ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଗୌରବ ଗୁପ୍ତା କହିଛନ୍ତି ଯେ ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକାରୁ ଆସିଛନ୍ତି। ସେମାନଙ୍କର ଫୋନ୍ ଗୁଡିକ ସୁଇଚ୍ ଅଫ୍ ଅଛି | ବିମାନ ବନ୍ଦରରେ ଏହି ଯାତ୍ରୀମାନଙ୍କ ଦ୍ୱାରା ପ୍ରବେଶ କରାଯାଇଥିବା ଠିକଣାରେ ମଧ୍ୟ ସେମାନେ ଅନୁପସ୍ଥିତ ଥିବାରୁ କର୍ଣ୍ଣାଟକ ସରକାରଙ୍କ ଚିନ୍ତା ବଢିଯାଇଛି।

Comments are closed.