ଘରେ ପଡ଼ିଗଲେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ : ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର୍) ହସ୍ପିଟାଲରେ ଭର୍ତ୍ତି। ଗୁରୁବାର ରାତିରେ ସେ ଏରାଭଲ୍ଲି ତାଙ୍କ ଫାର୍ମ ହାଉସରେ ପଡ଼ିଯାଇଥିଲେ । ତାଙ୍କ ପେଟ, ଅଣ୍ଟା ଓ ପିଠିରେ ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କେସିଆରଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନିକଟରେ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟ ସହ କ୍ଷମତାରୁ ହଟିଥିଲା ।

ତେଲେଙ୍ଗାନାର ୧୧୯ ଆସନ ମଧ୍ୟରୁ ବିଆରଏସ୍ କେବଳ ୩୯ଟି ଆସନ ଜିତିପାରିଥିଲା । ଫଳରେ କେସିଆରଙ୍କ ହ୍ୟାଟ୍ରିକ୍ ଥର ମୁଖ୍ୟମନ୍ତ୍ରୀ ହେବା ସ୍ଵପ୍ନ ଧୂଳିସାତ୍ ହୋଇଥିଲା| ଅନ୍ୟପକ୍ଷରେ କଂଗ୍ରେସ ୬୪ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ ସହ ରାଜ୍ୟରେ ସରକାର ଗଢ଼ିଛି ।

Comments are closed.