ମନୀଷ ସିସୋଦିଆ ଗିରଫ ହେବେ !

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଦାବି କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯିବ। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ପଚରାଉଚରା ପାଇଁ ଡାକିଛି। ଆମ ସୂତ୍ର ନିଶ୍ଚିତ କରିଛି ଯେ ତାଙ୍କୁ ରବିବାର ଏହି ମାମଲାରେ ସିବିଆଇ ଗିରଫ କରିବ । ଏକ ଘରୋଇ ଟିଭି ଚ୍ୟାନେଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କେଜ୍ରିୱାଲ ଏଭଳି ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬(ରବିବାର) ଡାକିଛି। ଏହା ପୂର୍ବରୁ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୧୯ରେ ହାଜର ହେବାକୁ କହିଥିଲା। ତେବେ ସିସୋଦିଆ କେନ୍ଦ୍ରୀୟ ଏଜେନ୍ସିକୁ ସମୟ ମାଗିଥିଲେ । ସେ ବର୍ତ୍ତମାନ ବଜେଟ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାରୁ ତାଙ୍କୁ ସପ୍ତାହେ ସମୟ ଦିଆଯାଉ ବୋଲି ସିବିଆଇକୁ ଅନୁରୋଧ କରିଥିଲେ ସିସୋଦିଆ ।

Comments are closed.