ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଯୋଗର ଜବାବ ରଖିଲେ କେଜ୍ରିୱାଲ, କହିଲେ ପିଲାମାନଙ୍କୁ ନିଃଶୁଳ୍କ, ଗୁଣାତ୍ମକ ଶିକ୍ଷା ଦେବା ‘ମାଗଣା’ ରାଜନୀତି ନୁହେଁ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ ଆମ୍ ଆଦମୀ ପାର୍ଟି ସରକାର ଦିଲ୍ଲୀର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପିଲାମାନଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି। ଏହା ସହିତ ଏହି ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବାରେ ଲାଗିଛି | ସେ କହିଛନ୍ତି ଯେ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୧୮ ଲକ୍ଷ ପିଲା ଅଧ୍ୟୟନ କରନ୍ତି। ତାଙ୍କ କହିବାନୁସାରେ, ସାରା ଦେଶରେ ସରକାରୀ ସ୍କୁଲ ଗୁଡ଼ିକର ଅବସ୍ଥା ଶୋଚନୀୟ । ଏହାପୂର୍ବରୁ ଦିଲ୍ଲୀର ସରକାରୀ ସ୍କୁଲ୍ ଗୁଡ଼ିକର ଅବସ୍ଥା ମଧ୍ୟ ସମାନ ଥିଲା। ୧୮ ଲକ୍ଷ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଥିଲା | କିନ୍ତୁ ଆମ୍ ଆଦି ପାର୍ଟି ଦିଲ୍ଲୀରେ ସରକାର ଆସିବା ପରେ ମୁଁ ଏହି ପିଲାମାନଙ୍କର ଭବିଷ୍ୟତକୁ ଯଦି ସଜାଡ଼ିବା କାମ କରୁଛି, ତେବେ ମୁଁ କେଉଁ ଅପରାଧ କରୁଛି?

କେଜ୍ରିୱାଲ କହିଛନ୍ତି ଯେ ଆମ ଦେଶର ପିଲାମାନଙ୍କୁ ମାଗଣା ଏବଂ ଗୁଣାତ୍ମକ ଶିକ୍ଷା ଦେବା ମାଗଣା ରେବଡି (ଏକ ପ୍ରକାର ମିଷ୍ଟାନ୍ନ) ବଣ୍ଟନ ନୁହେଁ । ସେ କହିଛନ୍ତି ଯେ ତାଙ୍କ ସରକାର ମଧ୍ୟ ଲୋକଙ୍କ ପାଇଁ ଉନ୍ନତ ଏବଂ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ସମସ୍ତ ସୁବିଧା ମାଗଣାରେ ବିରୋଧୀଙ୍କୁ ରାବିଡି ବଣ୍ଟନ ଭଳି ମନେହୁଏ | କେଜ୍ରିୱାଲ କହିଛନ୍ତି ଯେ ଏହାକୁ ମାଗଣାରେ ରାବିଡି ବଣ୍ଟନ ନୁହେଁ, ବରଂ ଜନସେବା କୁହାଯାଏ।

କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନର ଜବାବରେ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଲୋକର୍ପିତ କରିବା ଅବସରରେ ମାଗଣା ସୁବିଧା ଯୋଗାଇବା ରାଜନୀତି ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ଏପରି ମାଗଣା ସୁବିଧାକୁ ମୋଦୀ ‘ରେବଡି ସଂସ୍କୃତି’ ବୋଲି କହିଥିଲେ ।

Comments are closed.