ଦିଲ୍ଲୀ ସେବା ଆଇନ ବିରୋଧର ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ ସରକାର, କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦିଲ୍ଲୀ ସେବା (ବିଲ୍) ଆଇନ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । କୋର୍ଟ ମଧ୍ୟ ଦିଲ୍ଲୀ ସରକାରଙ୍କୁ ତାଙ୍କ ପୂର୍ବ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି ଯେଉଁଥିରେ ମେ ୧୯ରେ ଦିଲ୍ଲୀ ଅଧ୍ୟାଦେଶ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ସେବା ଅଧ୍ୟାଦେଶ ଇତିମଧ୍ୟରେ ଆଇନରେ ପରିଣତ ହୋଇଛି |

କେନ୍ଦ୍ରର ନୂଆ ଏନସିଟିଡି (ସଂଶୋଧନ) ଆଇନ, ୨୦୨୩ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ | ଏହି ଆଇନ ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ପୋଷ୍ଟିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇଛି । ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ନୋଟିସ୍ ଜାରି କରିଛନ୍ତି ।

Comments are closed.