ଇଡି ହାଜତରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରୁ ପୁଣି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେଜ୍ରିୱାଲଙ୍କ ସଦ୍ୟତମ ନିର୍ଦ୍ଦେଶନାମା ତାଙ୍କ ସରକାରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜାରି କରିଛନ୍ତି । ବିଭାଗୀୟ ମନ୍ତ୍ରୀ ସୈାରଭ ଭରଦ୍ୱାଜଙ୍କୁ ଏହି ଆଦେଶ ଜାରି କରିଛନ୍ତି କେଜ୍ରିୱାଲ ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ । ଦୁଇ ଦିନ ପୂର୍ବେ ସେ ଇଡି ହେପାଜତରୁ ଜଳ ଯୋଗାଣ ନେଇ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଥିଲେ । ଏକ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ଅତିଶୀ ଏହି ସୂଚନା ଦେଇଥିଲେ ।

ଗିରଫ ପରେ ମଧ୍ୟ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନାହାଁନ୍ତି । ସେ ଜେଲରୁ ଶାସନ ଚଳାଇବେ ବୋଲି କେଜ୍ରିୱାଲଙ୍କ ଗିରଫଦାରି ପରେ କହିଥିଲା ଆମ୍ ଆଦମୀ ପାର୍ଟି।

Comments are closed.