ଦେଶର ସ୍ଥିତି ବେଶ୍ ଚିନ୍ତାଜନକ: କେଜ୍ରିୱାଲ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କ ଉପରେ ସିବିଆଇ ଏବଂ ଇଡି ଆକ୍ସନ ନେଇ ଖପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ପରିସ୍ଥିତି ବେଶ୍ ଚିନ୍ତାଜନକ । ହୋଲିରେ ଦିନସାରା ଦେଶ ପାଇଁ ସେ ପ୍ରାର୍ଥନା କରିବି ବୋଲି କେଜ୍ରିୱାଲ ଏକ ଭର୍ଚୁଆଲ ସମ୍ବୋଧନରେ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ ସାରା ଦେଶରେ ସରକାରୀ ସ୍କୁଲ ଗୁଡିକର ଅବସ୍ଥା ଖରାପ । ଗରିବ ଲୋକମାନେ ନିଜ ପିଲାମାନଙ୍କୁ ପଢିବାକୁ ପଠାଉଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପରେ ଏପରି ଜଣେ ବ୍ୟକ୍ତି ଆସିଥିଲେ ଯିଏ ସରକାରୀ ସ୍କୁଲ ରୂପରେଖ ବଦଳାଇ ଦେଇଥିଲେ । ଧନୀ‌ଲୋକଙ୍କ ପିଲାମାନଙ୍କ ପରି ଗରିବ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ | ମନୀଷ ସିସୋଦିଆ ଦେଶ ପାଇଁଁ ନିଜ ଜୀବନ ମଧ୍ୟ ଦେଇପାରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ମିଛ ମାମଲାରେ ତାଙ୍କୁ ଜେଲ୍ ପଠାଇଥିଲେ ।

ମୋଦୀ ସରକାରଙ୍କୁ ଆକ୍ରମଣ କରି କେଜ୍ରିୱାଲ କହିଛନ୍ତି, ଅନ୍ୟପକ୍ଷରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଭାରତୀୟ ଜନସାଧାରଣଙ୍କ କୋଟି କୋଟି ଝାଳବୁହା ଟଙ୍କା ଲୁଟି ନେଇଛନ୍ତି, ବ୍ୟାଙ୍କ ଏବଂ ଏଲଆଇସିର ଟଙ୍କା ବୁଡ଼ାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ପରି ଦେଶପ୍ରେମୀଙ୍କୁ ମିଥ୍ୟା ମାମଲା ରୁଜୁ କରି ଜେଲରେ ରଖିଛନ୍ତି, କିନ୍ତୁ ଦେଶକୁ ଲୁଟ୍ କରୁଥିବା ଲୋକଙ୍କୁ ଆଲିଙ୍ଗନ କରୁଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ମୁଁ ବହୁତ ଚିନ୍ତିତ, ମନୀଷ ଏବଂ ସତ୍ୟେନ୍ଦ୍ରଙ୍କ ଗିରଫଦାରୀ ଯୋଗୁଁ ନୁହେଁ । ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ବହୁତ ସାହସୀ, ସେମାନେ ଦେଶ ପାଇଁ ମଧ୍ୟ ନିଜ ଜୀବନ ଦେଇପାରନ୍ତି, ଜେଲ୍ ସେମାନଙ୍କର ମନୋବଳ ଭାଙ୍ଗିପାରିବନି | ମୁଁ ଦେଶର ପରିସ୍ଥିତିକୁ ନେଇ ଚିନ୍ତିତ ଅଛି। ଯେଉଁ ଦେଶର ପ୍ରଧାନମନ୍ତ୍ରୀ ଭଲ ଶିକ୍ଷା ଏବଂ ଭଲ ଚିକିତ୍ସା ଦେଉଥିବା ଲୋକଙ୍କୁ ଜେଲରେ ରଖନ୍ତି ଏବଂ ଦେଶ ଲୁଟୁଥିବା ଲୋକଙ୍କୁ ସମର୍ଥନ କରନ୍ତି, ସେହି ଦେଶର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ”

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ “ଏଥର ମୁଁ ମଧ୍ୟ ନିଷ୍ପତ୍ତି ନେଇଛି ଯେ ହୋଲିରେ ମୁଁ ଦିନସାରା ଧ୍ୟାନ କରିବି, ପ୍ରାର୍ଥନା କରିବି ଏବଂ ପୂଜା କରିବି। ଯଦି ଆପଣ ମଧ୍ୟ ଅନୁଭବ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଭଲ କାମ କରୁନାହାଁନ୍ତି, ଯଦି ଆପଣ ମଧ୍ୟ ଏନେଇ ଚିନ୍ତିତ, ତାହେଲେ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ହୋଲି ପାଳନ କରିବା ପରେ କିଛି ସମୟ ବାହାର କରି ଦେଶ ପାଇଁ ମୋ ସହିତ ଭଗବାନଙ୍କୁ ପୂଜା ବସ୍ତ୍ରାକରଙ୍କ କରନ୍ତୁ |

Comments are closed.