କାନାଡ଼ାରେ ଭାରତୀୟ ଦୂତାବାସ ବାହାରେ ପୁଣି ଖଲିସ୍ତାନ ସମର୍ଥକଙ୍କ ହଙ୍ଗାମା

ଟରୋଣ୍ଟୋ: କାନାଡାର ଟରୋଣ୍ଟୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ବାହାରେ ପୁଣି ହଙ୍ଗାମା କରିଛନ୍ତି ଖଲିସ୍ତାନୀ ସମର୍ଥକ । ଏହି ଘଟଣାରେ ପୋଲିସ ଦୁଇ ଖଲିସ୍ତାନୀ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଭାରତୀୟ ବାଣିଜ୍ୟ ଦୂତାବାସ କୋଠା ରାସ୍ତାରେ ଶନିବାର ପ୍ରାୟ ୨୫୦ ଖାଲିସ୍ତାନ ସମର୍ଥକ ଏକାଠି ହୋଇ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ‘ଶିଖ୍ ଫର ଜଷ୍ଟିସ୍’ ସମର୍ଥିତ ଏହି ବିକ୍ଷୋଭ ପରେ ‘କିଲ୍ ଇଣ୍ଡିଆ’ ପୋଷ୍ଟରର ଅନଲାଇନ୍ ପ୍ରମୋସନ କରାଯାଇଥିଲା।

ଭାରତୀୟ ବାଣିଜ୍ୟ ଦୂତାବାସ ସମ୍ମୁଖରେ ଖଲିସ୍ତାନ ସମର୍ଥକମାନଙ୍କ ବିକ୍ଷୋଭ ବେଳେ କିଛି ଭାରତୀୟ ସମର୍ଥକ ପହଞ୍ଚି ଏହାକୁ ବିରୋଧ କରିଥିଲେ । ହିଂସା ଏଡାଇବା ପାଇଁ ଟରୋଣ୍ଟୋ ପୋଲିସକୁ ମୁତୟନ କରାଯାଇଥିଲା। ବହୁ ସଂଖ୍ୟକ ବ୍ୟାରିକେଡ୍ ମଧ୍ୟ ଲଗାଯାଇଥିଲା ।

ଖଲିସ୍ତାନ ସମର୍ଥକ ଗୋଷ୍ଠୀ ବ୍ୟାରିକେଡ୍ ଭାଙ୍ଗି ଭାରତ ସମର୍ଥକ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ସେମାନଙ୍କୁ ସେଠାରୁ ହଟାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Comments are closed.