ଲଣ୍ଡନରେ ଭାରତୀୟ ହାଇ କମିଶନ ସମ୍ମୁଖରେ ଖଲିସ୍ତାନ ସମର୍ଥକଙ୍କ ବିକ୍ଷୋଭ

ଲଣ୍ଡନ : ବ୍ରିଟେନର ରାଜଧାନୀ ଲଣ୍ଡନରେ ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ଦୃଷ୍ଟିରୁ ଭାରତୀୟ ହାଇ କମିଶନ ପାଖରେ ଲଣ୍ଡନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବିକ୍ଷୋଭକାରୀମାନେ ହାର୍ଦ୍ଦିକ ସିଂ ନିଜ୍ଜର ଫଟୋ ସହ ପ୍ଲାକାର୍ଡ ଧରି ଖଲିସ୍ତାନୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି । କାନାଡା ସରକାରଙ୍କ ଭଳି ବ୍ରିଟିଶ ସରକାର ମଧ୍ୟ ଖଲିସ୍ତାନୀ ପ୍ରସଙ୍ଗରେ ଭାରତର ହସ୍ତକ୍ଷେପ ରୋକନ୍ତୁ ବୋଲି ସେମାନେ ଦାବି କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ବ୍ରିଟେନର ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରିବାରୁ କିଛି ଖଲିସ୍ତାନୀ ସମର୍ଥକ ରୋକିଥିଲେ । ଏନେଇ ଭାରତ ବ୍ରିଟିଶ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା।

ଏହା ପୂର୍ବରୁ ମଧ୍ୟ ସେଣ୍ଟ୍ରାଲ ଲଣ୍ଡନରେ ଥିବା ଭାରତୀୟ ହାଇ କମିସନ କୋଠାରୁ ଖଲିସ୍ତାନୀ ସମର୍ଥକମାନେ ତ୍ରିରଙ୍ଗା କାଢ଼ି ଦେଇଥିଲେ । ଏହି ଘଟଣାର ଭାରତ ତୀବ୍ର ପ୍ରତିବାଦ କରିବାର ସହ ଭାରତୀୟ ହାଇ କମିସନର ଅଫିସ୍ ଓ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି କରିଥିଲା ।

Comments are closed.