ଅନୁଷ୍କା ଆସନ୍ନ ପ୍ରସବା, ପୁଣି ଥରେ ବାପା ହେବେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜର ପ୍ରଥମ ଦୁଇ‌ ମ୍ୟାଚରୁ ଓହରି ଯାଇଥିବା ବିରାଟ କୋହଲି ପୁଣି ଥରେ ବାପା ହେବାକୁ ଯାଉଛନ୍ତି। ଆସନ୍ନ ପ୍ରସବା ଅଛନ୍ତି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। କୋହଲିଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଏହି ସୂଚନା ଦେଇଛନ୍ତି।

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ପରେ ଡି’ଭିଲିୟର୍ସ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନରେ କହିଛନ୍ତି – ‘ମୁଁ କୋହଲିଙ୍କୁ ଫୋନ୍ କରିଥିଲି ଓ ତାଙ୍କ ଭଲମନ୍ଦ ବିଷୟରେ ପଚାରିଲି । ସେ ମୋତେ କହିଥିଲେ ଯେ ସେ ତାଙ୍କ ପରିବାର ସହିତ ଅଛନ୍ତି। ଡି ଭିଲିୟର୍ସ କହିଥିଲେ ‘ବିରାଟଙ୍କ ଦ୍ୱିତୀୟ ସନ୍ତାନ ଆସିବାକୁ ଯାଉଛି। ଏହି କାରଣରୁ ସେ ପରିବାର ସହିତ ଅଛନ୍ତି |

ଜାନୁଆରୀ ୨୫ରୁ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ କୋହଲି ।

ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ପ୍ରଥମ ଥର ବାପା ହୋଇଥିଲେ । ଏଥିପାଇଁ ସେ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଛାଡି ଭାରତ ଫେରି ଆସିଥିଲେ। କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

Comments are closed.