ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷିତ, କୋହଲି, ରାହୁଲ ଫେରିଲେ, ବୁମ୍ରା ବାଦ୍

ନୂଆଦିଲ୍ଲୀ:ଏସିଆ କପ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ପିଠିରେ ଆଘାତ ଲାଗିଥିବାରୁ ଷ୍ଟାର୍ ବୋଲର ଯସପ୍ରୀତ ବୁମ୍ରା ଟୁର୍ନାମେଣ୍ଟରୁ ବାଦ୍ ପଡିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି। ସେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଓପନର୍ କେ.ଏଲ୍ ରାହୁଲ ମଧ୍ୟ ଫେବୃଆରୀରୁ ପ୍ରଥମ ଥର ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏସିଆ କପ୍ ପାଇଁ ତାଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ଫିଟନେସ୍ ସମସ୍ୟା ଯୋଗୁଁ ସେ କିଛି ମାସ ବାହାରେ ଥିଲେ। ଏସିଆ କପ୍ ମ୍ୟାଚ୍ ୟୁଏଇର ଦୁବାଇ ଏବଂ ଶାରଜାଠାରେ ଖେଳାଯିବ |

ଆହତ କାରଣରୁ ଏସିଆ କପ୍ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଚୟନ ପାଇଁ ଉପଲବ୍ଧ ନଥିବା ବିସିସିଆଇ ଟୁଇଟ୍ କରିଛି। ଏହି ଟୁର୍ନାମେଣ୍ଟ ପାଇଁ ତିନି ଖେଳାଳିଙ୍କୁ ବ୍ୟାକ୍ ଅପ୍ ଭାବରେ ରଖାଯାଇଛି | ଏହି ତିନି ଖେଳାଳି ହେଉଛନ୍ତି ଶ୍ରେୟସ୍ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲ | ଏସିଆ କପ୍ ୨୦୨୨ରେ ଭାରତ ୨୮ ଅଗଷ୍ଟରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ଏସିଆ କପ୍ ଅଗଷ୍ଟ ୨୭ ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଟି-୨୦ ଫର୍ମାଟରେ ଖେଳାଯିବ | ୧୯୮୪ ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ୨୦୧୪ ପର୍ଯ୍ୟନ୍ତ ୫୦ ଓଭର ଫର୍ମାଟରେ ଖେଳାଯାଇଥିଲା | ତା’ପରେ ୨୦୧୬ରେ ଟି-୨୦ ବିଶ୍ୱକପ ଯୋଗୁଁ ଏହା ଟି-୨୦ ଫର୍ମାଟରେ ଖେଳାଯାଇଥିଲା |

ଏସିଆ କପ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ଅବେଶ ଖାନ।

Comments are closed.