ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗଣେଶ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ନେତା ରହିଆସିଛନ୍ତି। ଏହାପୂର୍ବରୁ ସେ ମଧ୍ୟ ରାଜ୍ୟସଭା ସଦସ୍ୟ ଥିଲେ। ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟିର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ଅନେକ ରାଜ୍ୟର ରାଜ୍ୟପାଳ ବଦଳିଥିଲେ। ସେହି ସମୟରେ କେତେ ଜଣ ନୂଆ ରାଜ୍ୟପାଳ ମଧ୍ୟ ନିଯୁକ୍ତ ହୋଇଥିଲେ।

Comments are closed.