‘ଯଦି ହନୁମାନ ଚାଳିଶା ପଢ଼ିବାର ଅଛି, ତେବେ ମନ୍ଦିର ଯାଅ’

ନୂଆଦିଲ୍ଲୀ: ଏମ୍ସରୁ ଡିସଚାର୍ଜ ହେବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଲାଉଡ ସ୍ପିକର ମାମଲାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ନିକଟରେ ଝାଡ଼ଖଣ୍ଡ ହାଇକୋର୍ଟ ଗୋଖାଦ୍ୟ ଦୁର୍ନୀତିର ଏକ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଅସୁସ୍ଥତା ଯୋଗୁଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଏମ୍ସରୁ ଡିସଚାର୍ଜ ହେବା ପରେ ଲାଲୁ ଯାଦବ ତାଙ୍କ ଝିଅ ମିସା ଭାରତୀଙ୍କ ବାସଭବନରେ ପହଞ୍ଚିଥିଲେ | ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ଲାଲୁ ପ୍ରସାଦ ଯାଦବ ଲାଉଡ ସ୍ପିକର ମାମଲାରେ ମତ ରଖି କହିଛନ୍ତି – ଏହା ଭୁଲ କଥା। ଏହା ଦେଶକୁ ଭାଗ କରିବା ସହିତ ସମାନ | ତୁମେ କାହିଁକି ମସଜିଦ ନିକଟକୁ ଯାଉଛ ? ଯଦି ତୁମକୁ ହନୁମାନ ଚାଳିଶା ପଢିବାର ଅଛି, ତେବେ ରାମ ମନ୍ଦିର ଯାଇ ପଢ଼ | ଲୋକମାନଙ୍କୁ ଜାଣିଶୁଣି ଉସକାଇବା ପାଇଁ ସେମାନେ (ବିଜେପି) ଉଦ୍ୟମ କରୁଛନ୍ତି । କାରଣ ଦେଶରେ ଦଙ୍ଗା ହେଉ ବୋଲି ସେମାନେ ଚାହୁଁଛନ୍ତି। ଏଭଳି ଘଟଣା ଦେଶ ପାଇଁ ଠିକ୍ ନୁହେଁ । ଗତ କିଛି ମାସ ଧରି ଲାଉଡ ସ୍ପିକରକୁ ନେଇ ଦେଶର ଅନେକ ରାଜ୍ୟରେ ବିବାଦ ଲାଗି ରହିଛି।

Comments are closed.