ଲାଲୁଙ୍କ କିଡନୀ ପ୍ରତିରୋପଣ ସଫଳ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି।

ଲାଲୁ ଯାଦବଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଏକ ଭିଡିଓ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। କିଡନୀ ଦାନ କରିଥିବା ଝିଅ ରୋହିଣୀ ଆଚାର୍ଯ୍ୟ ଏବଂ ଲାଲୁ ପ୍ରସାଦ ଯାଦବ ଉଭୟ ସୁସ୍ଥ ଅଛନ୍ତି।

ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁ ଯାଦବଙ୍କ ଏହି ଅସ୍ତ୍ରୋପଚାର କରାଯାଇଛି। ତାଙ୍କୁ କିଡନୀ ଦେଇଥିବା ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସିଙ୍ଗାପୁରରେ ରୁହନ୍ତି।

ଆରଜେଡି ମୁଖ୍ୟ ଲାଲୁ ଦୀର୍ଘ ଦିନ ଧରି ଅନେକ ରୋଗରେ ପୀଡିତ ଥିଲେ। ତାଙ୍କର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ ମଧ୍ୟ ରହିଛି।

Comments are closed.