ଗୀତା ବାଲିଙ୍କ ଠାରୁ ଐଶ୍ୱର୍ଯ୍ୟା ରାୟ, ପ୍ରତି ପୀଢ଼ିର ଅଭିନେତ୍ରୀଙ୍କ ପାଇଁ ଲତା ଗାଇଛନ୍ତି ଅନେକ ସୁପରହିଟ୍ ଗୀତ..

ମୁମ୍ବାଇ: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | କରୋନାରେ ସଂକ୍ରମିତ ହେବା ପରେ ଲତାଙ୍କୁ ଜାନୁଆରୀ ୮ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା, ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା | ପ୍ରାୟ ମାସେ କାଳ ହସ୍ପିଟାଲରେ ଚିକିତ୍ସାଧୀନ‌ ରହିବା ପରେ ଏହି ମହାନ କଣ୍ଠଶିଳ୍ପୀ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି | ଲତା ତାଙ୍କ ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ଚାଲି ଯାଇଥାଇ ପାରନ୍ତି, କିନ୍ତୁ ତାଙ୍କ ସୁଲଳିତ କଣ୍ଠ ସର୍ବଦା ଅମର ରହିବ । ଲତା ମଙ୍ଗେସକର ତାଙ୍କ ସାତ ଦଶନ୍ଧି ଧରି କ୍ୟାରିୟରରେ ପ୍ରତି ଦଶକର ଅଭିନେତ୍ରୀଙ୍କ ପାଇଁ ଗୀତ ଗାଇଛନ୍ତି | ଗୀତା ବାଲି ଏବଂ ରେଖାଙ୍କ ଠାରୁ ଆରମ୍ଭ କରି ଐଶ୍ୱର୍ଯ୍ୟା ରାୟଙ୍କ ପର୍ଯ୍ୟନ୍ତ କଣ୍ଠଦାନ କରିଥିଲେ ଏହି ମହାନ ଗାୟି । ଲତାଙ୍କ କଣ୍ଠ ବଳରେ ଏହି ଅଭିନେତ୍ରୀ ମାନେ ମଧ୍ୟ ଲୋକପ୍ରିୟ ହୋଇଯାଇଥିଲେ ।

ଲତା ମଙ୍ଗେସକର ୧୯୫୧ ମସିହାରେ ଗୀତା ବାଲିଙ୍କ ପାଇଁ ‘ଶୋଲା ଜୋ ଭଡକେ..’ ଗୀତ ଗାଇଥିଲେ। ଏହି ଗୀତଟି ସେହି ଯୁଗରେ ବେଶ୍ ଲୋକପ୍ରିୟ ହୋଇଥିଲା | କିନ୍ତୁ ଆଜି ବି ଏହି ଗୀତ ଅନେକ ଲୋକ ଗୁଣୁଗୁଣାଇବା ଦେଖିବାକୁ ମିଳୁଛି ।

ଲତା ମୋଗଲ-ଏ-ଆଜମ ଚଳଚ୍ଚିତ୍ରରେ ମଧୁବାଲା ପାଇଁ “ପ୍ୟାର କିୟା ତୋ ଡରନା କିୟା..” ଗୀତରେ କଣ୍ଠଦାନ କରିଥିଲେ । ଲତାଙ୍କ କଣ୍ଠରେ ଏହି ଗୀତଟି ଭାରତୀୟ ସିନେ ଜଗତର ଅନ୍ୟତମ ସର୍ବକାଳୀନ ହିଟ୍ ଥିଲା ।

ନାଗିନା ଫିଲ୍ମରେ ଲତା ଶ୍ରୀଦେବୀଙ୍କ ପାଇଁ କଣ୍ଠଦାନ କରିଥିଲେ । ‘ମେଁ ତେରି ଦୁଶମନ୍..’ ଗୀତ ତାଙ୍କ ସ୍ୱରରେ ବେଶ୍ ଲୋକପ୍ରିୟ ହୋଇଥିଲା |

ବେତାବ ଫିଲ୍ମରେ ଅମୃତା ସିଂହଙ୍କ ପାଇଁ ଲତା ‘ବାଦଲ ୟୁଁ ଗରଜତା ହୈ..’ ଗୀତ ଗାଇଥିଲେ । ଏବଂ ଏହା ଶ୍ରୋତାଙ୍କ ଦ୍ବାରା ଆଦୃତ ହୋଇଥିଲା ।

ଲତା ‘ସାଗର’ ଚଳଚ୍ଚିତ୍ରରେ ଡିମ୍ପଲ୍ କପଡିଆଙ୍କ ପାଇଁ ‘ସାଗର କିନାରେ.. ଦିଲ୍ ୟେ ପୁକାରେ’ ଗୀତ ଗାଇଥିଲେ |

ସ୍ବର ସାମ୍ରାଜ୍ଞୀଙ୍କ କଣ୍ଠରେ ‘ସନମ ବେଓ୍ବଫା’ ଚଳଚ୍ଚିତ୍ରରେ ‘ତୁନେ ଦିଲ୍ ମେରା ତୋଡା..’ ଗୀତ ଲୋକପ୍ରିୟ ହୋଇଥିଲା | ଏହି ଗୀତର ଅଭିନେତ୍ରୀ ଥିଲେ ଚାନ୍ଦନୀ। ଏହି ଗୀତଟି ସୁପରହିଟ୍ ହୋଇଥିଲା |

ଦିବ୍ୟା ଭାରତୀଙ୍କ ପାଇଁ ଲତା ‘ଆପ୍ ଜୋ ମେରେ ମିତ ନା ହୋତେ..’ ଗୀତ ଗାଇଥିଲେ। ଏହି ଗୀତଟି ମଧ୍ୟ ସୁପର ହିଟ୍ ସାବ୍ୟସ୍ତ ହୋଇଥିଲା |

ଲତା ମଙ୍ଗେସକର ଭଗ୍ୟଶ୍ରୀଙ୍କ ପାଇଁ ‘ମୈନେ ପ୍ରାୟ କିୟା’ ଫିଲ୍ମରେ ‘କବୁତର ଜା..ଜା..ଜା’ ଗୀତ ଗାଇଥିଲେ। ଆଜି ବି ଦର୍ଶକମାନେ ଏହି ଗୀତକୁ ବହୁତ ପସନ୍ଦ କରନ୍ତି |

‘ମୋହାବତେଁ’ ଚଳଚ୍ଚିତ୍ରରେ ଲତାଜୀ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ‘ହମକୋ ହମି ସେ ଚୁରା ଲୋ.’ ଗୀତ ଗାଇଥିଲେ ଏବଂ ଏହାକୁ ଏବେ ବି ଲୋକେ ଶୁଣୁଛନ୍ତି ।

‘ବୀର-ଜାରା’ ଫିଲ୍ମରେ ପ୍ରୀତି ଜିଣ୍ଟାଙ୍କ ପାଇଁ ଲତା ମଙ୍ଗେସକର ‘ଐସା ଦେଶ ହୈ ମେରା..’ ଗୀତ ଗାଇଥିଲେ |

‘ଲଭ୍ ଷ୍ଟୋରି ୨୦୫୦’ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଲତା ‘ ସୌ ଜନମ୍’ ଗୀତରେ କଣ୍ଠଦାନ କରିଥିଲେ |

‘ହମ୍ ଆପକେ ହୈ କୌନ୍’ ଫିଲ୍ମର ଏକ ଗୀତରେ ମାଧୁରୀ ଦୀକ୍ଷିତଙ୍କ ପାଇଁ ଲତା ମଙ୍ଗେସକରଙ୍କ କଣ୍ଠରେ ‘ଦିଦି ତେରା ଦେବର ଦିୱାନା ଗୀତଟି ବେଶ୍ ଲୋକପ୍ରିୟ ହୋଇଥିଲା |

Comments are closed.