ପତଳା କଣ୍ଠ ବୋଲି ଲତା ମଙ୍ଗେସକରଙ୍କୁ ରିଜେକ୍ଟ କରି ଦିଆଯାଇଥିଲା, ତାତ୍ସଲ୍ୟ କରି ଏମିତି କହିଥିଲେ ଦିଲୀପ କୁମାର…

ମୁମ୍ବାଇ: କୋକିଳକଣ୍ଠୀ ଭାରତ ରତ୍ନ ଲତା ମଙ୍ଗେସକର ୯୨ ବର୍ଷ ବୟସରେ ଆମ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି। ସ୍ବର ସାମ୍ରାଜ୍ଞୀ ଭାବେ ପରିଚିତା ଲତା ନିଜ ଯାଦୁକରୀ କଣ୍ଠରେ ଲକ୍ଷ ଲକ୍ଷ ଲୋକ ଶ୍ରୋତାଙ୍କୁ ବିମୁଗ୍ଧ କରିଥିଲେ | ସେ ହିନ୍ଦୀ ସିନେମାରେ ପ୍ରାୟ ୩୦,୦୦୦ ଗୀତରେ ନିଜ କଣ୍ଠଦାନ କରିଥିଲେ । ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଏପରି ଜଣେ ମହାନ‌ ଗାୟିକାଙ୍କ କଣ୍ଠକୁ ପତଳା ବୋଲି କହି ଦିନେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ସେହି ପୁରା କାହାଣୀ କ’ଣ ଥିଲା ପଢ଼ନ୍ତୁ..

କ୍ୟାରିୟରର ପ୍ରାରମ୍ଭରେ ଲତାଙ୍କୁ ତାଙ୍କର ପତଳା ସ୍ୱର ପାଇଁ ପ୍ରତ୍ୟାଖ୍ୟାନ କରାଯାଇଥିଲା | କିଛି ଲୋକ ବିଶ୍ୱାସ କରୁଥିଲେ ଯେ ତାଙ୍କ ସ୍ୱର ଅତ୍ୟନ୍ତ ପତଳା ଏବଂ ଦୁର୍ବଳ | କିନ୍ତୁ ସେମାନେ ଜାଣିନଥିଲେ ଯେ ଏହି ସ୍ୱର ହିଁ ଭବିଷ୍ୟତରେ ହିନ୍ଦୀ ସିନେମାର ଇତିହାସ ବଦଳାଇବ | ଲତାଙ୍କର ସ୍ୱରକୁ ପତଳା ଭାବରେ ପ୍ରତ୍ୟାଖ୍ୟାନ କରିଥିବା ପ୍ରଥମ ବ୍ୟକ୍ତି ଆଉ କେହି ନୁହନ୍ତି ବରଂ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏସ୍ ମୁଖାର୍ଜୀ ଥିଲେ ।

ଦିଲୀପ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସହିଦ’ରେ ଏସ ମୁଖାର୍ଜୀ ଲତାଙ୍କ ସ୍ୱର ଶୁଣିଥିଲେ। ଗୀତଟି ଅତି ସତର୍କତାର ସହ ଶୁଣିବା ପରେ, ସେ ତାଙ୍କ ଚଳଚ୍ଚିତ୍ରରେ ଲତା କାମ ଦେବାକୁ ମନା କରିଦେଇଥିଲେ, ଏହା ପଛର କାରଣ ଥିଲା ଲତାଙ୍କର ପତଳା ସ୍ୱର |

ଯେତେବେଳେ ଲତା ମଙ୍ଗେଶକରଙ୍କୁ ଏମ୍. ​​ମୁଖାର୍ଜୀ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ଗୁରୁ ଗୁଲାମ ହାୟଦାର ସାହାବ ଲତାଙ୍କୁ କାମ ଦେବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟ ମଧ୍ୟରେ ସେ ଦିଲୀପ କୁମାରଙ୍କୁ ତାଙ୍କ ସ୍ୱର ଶୁଣାଇଥିଲେ | ଲତା ମଙ୍ଗେସକର ଦିଲୀପ କୁମାରଙ୍କ ଆଗରେ ଗୀତ ଗାଇବା ଆରମ୍ଭ କରିବା କ୍ଷଣି ତାଙ୍କୁ ମଝିରେ ଅଟକାଇ ଦିଲୀପ କୁମାର କହିଥିଲେ – ମରାଠୀଙ୍କ ସ୍ୱରରୁ ଡ଼ାଲି ଭାତର ଗନ୍ଧ ଆସୁଛି। ଦିଲୀପ କୁମାରଙ୍କ ଏପରି କହିବାର ତାତ୍ପର୍ଯ୍ୟ ଥିଲା ଲତାଙ୍କର ତ୍ରୁଟିପୂର୍ଣ୍ଣ ଶବ୍ଦ ଉଚ୍ଚାରଣ । ଦିଲୀପ କୁମାରଙ୍କ କଥାକୁ ଧ୍ୟାନରେ ରଖି ଲତା ହିନ୍ଦୀ ଏବଂ ଉର୍ଦ୍ଦୁ ଶିଖିଥିଲେ । ଲୋକମାନଙ୍କ ମତାମତକୁ ଗମ୍ଭୀରତାର ସହ ନେଇ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀ ନିଜର ଦୁର୍ବଳତା ସୁଧାରିଥିଲେ ଏବଂ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Comments are closed.