ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା, ପୁଣି ଭେଣ୍ଟିଲେଟରରେ

ମୁମ୍ବାଇ: ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ି ଯାଇଛି। ତାଙ୍କୁ ପୁଣିଥରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ଓ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ବୋଲି ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ପ୍ରତିତ୍ ସାମଦାନୀ ସୂଚନା ଦେଇଛନ୍ତି।

ଭାରତ ରତ୍ନ ଲତା ଜାନୁଆରୀ ଆରମ୍ଭରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ନିମୋନିଆରେ ବି ଆକ୍ରାନ୍ତ ହୋଇଥିଲେ। ଲତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ଜାନୁଆରୀ ୨୮ରେ ଏହି ୯୨ ବର୍ଷୀୟ ଗାୟିକା ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ହେବା ପରେ ତାଙ୍କୁ ଭେଣ୍ଟିଲେଟରୁ ବାହାର କରାଯାଇଥିଲା ।

Comments are closed.