ଓଡିଆ ଫିଲ୍ମ ଗୀତରେ ସୁର ସାମ୍ରାଜ୍ଞୀଙ୍କ ସ୍ୱର

ଭୁବନେଶ୍ୱର- ମେଲୋଡି କୁଇନ ଲତା ମଙ୍ଗେସକର ୩୦ରୁ ଅଧିକ ଭାଷାରେ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଓଡିଶା ଫିଲ୍ମରେ ମଧ୍ୟ କଣ୍ଠଦାନ କରିଥିଲେ ଲତା ମଙ୍ଗେସକର । ଦୁଇଟି ଓଡିଶା ଫିଲ୍ମରେ ଗୀତ ଗାଇଥିଲେ ଲତା । ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ୧୯୬୩ ମସିହାର ଫିଲ୍ମ ‘ସୂର୍ଯ୍ୟମୁଖୀ’ ଇ ୧୯୬୮ ମସିହାରେ ‘ଅରୁନ୍ଧତୀ’ ଫିଲ୍ମରେ ଗୀତ ଗାଇଥିଲେ ମହାନ ଗାୟିକା । ସୂର୍ଯ୍ୟମୁଖୀ ଫିଲ୍ମର ‘ସେଇ ଚୁନା ଚୁନା ତାରା ଫୁଲ’ ଓ ଅରୁନ୍ଧତୀ ଫିଲ୍ମର ଆଜି ମୁଁ ଶ୍ରାବଣୀ ଗୀତ ଲତାଙ୍କ କଣ୍ଠରେ ଅମରତ୍ୱ ଲାଭ କରିଛି । ଶାନ୍ତନୁ ମହାପାତ୍ର ଲତାଙ୍କ ସ୍ୱରରେ ଗୀତ ରେକର୍ଡିଂ କରିବାକୁ ଦୁଇଟି ଫିଲ୍ମର ପ୍ରଯୋଜକଙ୍କୁ ପ୍ରସ୍ତାବ ଦେଇଥିଲେ । ପ୍ରଯୋଜକ ରାଜି ହେଲା ପରେ ବମ୍ବେ ଯାଇ ଶାନ୍ତନୁ ମହାପାତ୍ର ଉପରୋକ୍ତ ଦୁଇଟି ଗୀତର ସ୍ୱର ଲତାଙ୍କୁ ଶୁଣାଇଥିଲେ । ଲତା ଗୀତ ଗାଇବା ପାଇଁ ରାଜି ହୋଇଥିଲେ ।

Comments are closed.