କର୍ଣ୍ଣାଟକ ବିଧାନସଭା ନିର୍ବାଚନ: କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର

ବେଙ୍ଗାଲୁରୁ: ଆରମ୍ଭ ହୋଇଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଦୁଇ ବଡ଼ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ ଟକ୍କର ଦେଖିବାକୁ ମିଳୁଛି ‌‌। ତେବେ କଂଗ୍ରେସ ସାମାନ୍ୟ ଆଗୁଆ ରହିଛି । ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୧୩ । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ୯୧ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୦୬ଟି ଆସନରେ ଅଗ୍ରଣୀ ରହିଛି । ଜେଡିଏସ୍ ୨୫ଟି ଆସନରେ ଆଗୁଆ ରହିଛି ।

Comments are closed.