ହିମନ୍ତ ବିଶ୍ବ ଶର୍ମାଙ୍କ ଠାରୁ ଗୁଲାମ ନବୀ ଆଜାଦ: ୨୦୧୪ରୁ କଂଗ୍ରେସକୁ ବାଏ ବାଏ କହିଛନ୍ତି ଏହି ସବୁ ନେତା

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ପୁଣି ଥରେ ଏକ ବଡ଼ ଝଟକା ଲାଗିଛି । ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଜେପି ସରକାର ଆସିବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭେଟେରାନ ଏବଂ ବଡ଼ ନେତା କଂଗ୍ରେସ ଛାଡିଛନ୍ତି। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ ରିପୋର୍ଟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ହୋଇଥିବା ନିର୍ବାଚନ ସମୟରେ ୨୨୨ ଜଣ ପ୍ରାର୍ଥୀ କଂଗ୍ରେସ ଦଳ ଛାଡିଥିବାବେଳେ ୧୭୭ ସାଂସଦ ଓ ବିଧାୟକ ଦଳକୁ ଅଲବିଦା କହିଛନ୍ତି । ଏହାଛଡ଼ା ୨୦୧୬ ରୁ ୨୦୨୦ ମଧ୍ୟରେ ଦଳବଦଳ କରିଥିବା ପ୍ରାୟ ୪୫ ପ୍ରତିଶତ ବିଧାୟକ ବିଜେପିରେ ଯୋଗ ଦେଇଥିଲେ। ନିମ୍ନରେ ପ୍ରଦତ୍ତ କରାଗଲା ୨୦୧୪ ରୁ କଂଗ୍ରେସ ଦଳ ଛାଡ଼ିଥିବା ନେତାଙ୍କ ତାଲିକା..

୨୦୧୪: ଦଗୁବତୀ ପୁରନ୍ଦେଶ୍ୱରୀ, ବୀରେନ୍ଦ୍ର ସିଂ, ଜଗଦମ୍ବିକା ପାଲ, ଜି.କେ ଭାସନ, ସତପାଲ ମହାରାଜ ।

୨୦୧୫: ଜୟନ୍ତୀ ନଟରାଜନ୍, ଗିରିଧର ଗମାଙ୍ଗ, ଅବଦୁଲ ଘାନି ଓ୍ବକିଲ, ହିମନ୍ତ ବିଶ୍ବ ସର୍ମା |

୨୦୧୬: ରୀତା ବହୁଗୁଣା ଯୋଶୀ, ବିଜୟ ବହୁଗୁଣା, ଏନ୍.ବିରେନ ସିଂ, ଅଜିତ ଯୋଗୀ, ସୁଦୀପ ରୟ ବର୍ମନ, ପେମା ଖଣ୍ଡୁ, ହରକ ସିଂ ରାୱତ ।

୨୦୧୭: ନାରାୟଣ ଦତ୍ତ ତିୱାରୀ, ଶଙ୍କର ସିଂହ ଭାଘେଲା, ଯଶପାଲ ଆର୍ଯ୍ୟ, ରବି କିଶନ, ବରଖା ଶୁକ୍ଲା ସିଂହ, ବିଶ୍ୱଜିତ ରାଣେ ।

୨୦୧୮: ଆଲେକଜାଣ୍ଡର ଲାଲୁ ହେକି, ୟାନଥୁଙ୍ଗୋ ପାଟନ୍, ଅଶୋକ ଚୌଧୁରୀ |

୨୦୧୯: ଉର୍ମିଲା ମାତୋଣ୍ଡକର, ମୌସମ ନୁର, ଅଳ୍ପେଶ ଠାକୁର, କୃପାଶଙ୍କର ସିଂହ, ପନାବାକା ଲକ୍ଷ୍ମୀ, ଏପି ଅବଦୁଲ୍ଲାକୁଟି (ବହିଷ୍କୃତ), ରାଧାକୃଷ୍ଣ ବିକାଶ ପାଟିଲ, ଭୁବନେଶ୍ୱର କଲିତା, ସଞ୍ଜୟ ସିଂହ, ଏସଏମ କୃଷ୍ଣ, ଟମ ଭଦକ୍କାନ, ନାରାୟଣ ରାଣେ, ପ୍ରିୟଙ୍କା ଚତୁର୍ବେଦୀ।

୨୦୨୦: ଖୁସବୁ ସୁନ୍ଦର, ଜ୍ୟୋତିରାଦିତ୍ୟ ସିନ୍ଧିଆ |

୨୦୨୧: ଗୋବିନ୍ଦଦାସ କନଥୁଜାମି, ବିଜୟ ଥୋମାସ୍, ଏ.ନମଶିବୟମ୍, ଭିଏମ୍ ସୁଧୀରନ୍, ପିସି ଚାକୋ, ଅଭିଜିତ୍ ମୁଖାର୍ଜୀ, ଜିତିନ ପ୍ରସାଦ, ସୁସ୍ମିତା ଦେବ, ଲୁଇଜିନୋ ଫାଲେରୋ, ଲଲିତେଶ ତ୍ରିପାଠୀ, ଅମରିନ୍ଦର ସିଂ, କିର୍ତ୍ତୀ ଆଜାଦ, ମୁକୁଲ ସାଙ୍ଗମା, ଅଦିତି ସିଂ, ରବି ଏସ ନାଏକ ।

୨୦୨୨: ଗୁଲାମ ନବୀ ଆଜାଦ, ଜୟବୀର ଶେରଗିଲ, ନରେଶ ରାୱଲ, ରାଜୁ ପରମାର, କପିଳ ସିବଲ, ସୁନୀଲ ଜାଖର, ହାର୍ଦ୍ଦିକ ପଟେଲ, ଅଶ୍ୱିନୀ କୁମାର, ଆରପିଏନ ସିଂ ।

Comments are closed.