ପୁଣି ବିବାଦରେ ସମୀର ୱାଙ୍ଖେଡେ, ରଦ୍ଦ ହେଲା ବାର୍ ଲାଇସେନ୍ସ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଏବଂ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏବେ ୱାଙ୍ଖେଡେ ପରିବାରର ବ୍ୟବସାୟକୁ ନେଇ ବିବାଦ ସୃଷ୍ଟି ଆସିଛି। ନବାବ ମଲିକ ଅଭିଯୋଗ କରିଛନ୍ତି ଯେ ନଭି ମୁମ୍ବାଇର ଏକ ପୋଶ୍ ଅଞ୍ଚଳରେ ସମୀର ୱାଙ୍ଖେଡେଙ୍କ ମାଲିକାନାରେ ଥିବା ସଦଗୁରୁ ବାର୍ ଏବଂ ରେଷ୍ଟୁରାଣ୍ଟ ପାଇଁ ସେ ନିଜ ବୟସ ସମ୍ପର୍କରେ ମିଥ୍ୟା ତଥ୍ୟ ଦେଇ ମଦ ଲାଇସେନ୍ସ ହାସଲ କରିଛନ୍ତି ।

୨୯ ଅକ୍ଟୋବର ୧୯୯୭ରେ ଉକ୍ତ ବାର୍ ଓ ରେଷ୍ଟୁରାଣ୍ଟକୁ ଲାଇସେନ୍ସ ମିଳିଥିଲା, କିନ୍ତୁ ସେତେବେଳେ ସମୀରଙ୍କ ବୟସ ୧୭ ବର୍ଷ ୧୧ ମାସ ଥିଲା | ସମୀର ୧୪ ଡିସେମ୍ବର ୧୯୭୯ରେ ଜନ୍ମଗ୍ରହଣ କରିଥିଲେ | ନବାବ ମଲିକଙ୍କ ଅଭିଯୋଗ ପରେ ଥାନେ କଲେକ୍ଟର ଏହି ମଦ ଲାଇସେନ୍ସ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମୀର ସାଧଗୁରୁ ବାର୍ ଏବଂ ରେଷ୍ଟୁରାଣ୍ଟର ମ୍ୟାନେଜର ଗଣେଶ ଶେଟ୍ଟୀଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ କୌଣସି ସରକାରୀ ଚିଠି ପାଇନାହାଁନ୍ତି । କିନ୍ତୁ ୱାଙ୍ଖେଡେଙ୍କ ପରିବାର ଏ ମାମଲାରେ ଆଇନଗତ ପରାମର୍ଶ ନେଉଛନ୍ତି।

ରେଷ୍ଟୁରାଣ୍ଟ ମ୍ୟାନେଜର ଗଣେଶ ଶେଟ୍ଟୀ କହିଛନ୍ତି ଯେ ଏହି ବାର୍ ଏବଂ ରେଷ୍ଟୁରାଣ୍ଟ ଯୋଗୁଁ ବହୁତ ଲୋକଙ୍କ ଘର ଚାଲୁଛି । କିନ୍ତୁ ୨୪ ବର୍ଷ ଧରି ଚାଲିଆସୁଥିବା ଏହି ବ୍ୟବସାୟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦ୍ୱାରା ସେମାନଙ୍କ ଗୁଜୁରାଣ ଉପରେ ପ୍ରଭାବ ପଡ଼ିବ । ରେଷ୍ଟୁରାଣ୍ଟ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରତିଶୋଧ ଉଦ୍ଦେଶ୍ୟରେ ନିଆଯାଇଛି ବୋଲି ସେ କହିଛନ୍ତି ।

Comments are closed.