ଆଖି ବୁଜିଲେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ

ନୂଆଦିଲ୍ଲୀ: ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ମୃତ୍ୟୁ ହୋଇଯାଇଛି। ସାତ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଆଜି ବାଙ୍ଗାଲୋରର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ୍ ବିପିନ ରାୱତଙ୍କ ଓ ପତ୍ନୀଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ବରୁଣ ସିଂହ ଏହି ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି ଥିଲେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ନିକଟରେ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.