ଜେଲ୍ ଭିତରେ ଠକ ସୁକେଶ ଚନ୍ଦ୍ରଶେଖରର ବିଳାସପୂର୍ଣ୍ଣ ଜୀବନ, ଦେଢ଼ ଲକ୍ଷ ଟଙ୍କାର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଜେଲ୍ ବିଭାଗ ମାଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ କଠୋରୀରେ ଗୁରୁବାର ଚଢ଼ାଉ କରି ୧.୫ ଲକ୍ଷ ଟଙ୍କା ମୂଲ୍ୟର ହଳେ ଗୁଚି ବ୍ରାଣ୍ଡ୍ ଚପଲ ଏବଂ ୮୦ ହଜାର ଟଙ୍କାର ଦୁଇଟି ଜିନ୍ସ ଜବତ କରିଛି ।

ସୋସିଆଲ ମିଡିଆରେ ପ୍ରସାରିତ ଏହି ଚଢ଼ାଉର ସିସିଟିଭି ଫୁଟେଜରେ ଚନ୍ଦ୍ରଶେଖର ଜେଲର୍ ଦୀପକ ଶର୍ମାଙ୍କ ଆଗରେ କାନ୍ଦୁଥିବା ଦେଖିବାକୁ ମିଳୁଛି।

ଏହି ଚଢ଼ାଉରେ ଜେଲ ବିଭାଗ ସହ ଅନ୍ୟ ସୁରକ୍ଷା କର୍ମୀ ସାମିଲ ଥିଲେ ବୋଲି ଅଧିକାରୀ କହିଛନ୍ତି।

ନିଜକୁ କେନ୍ଦ୍ର ଗୃହ ଓ ଆଇନ ସଚିବ ଭାବେ ପରିଚୟ ଦେଇ ରେଲିଗେୟର କମ୍ପାନୀର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂଙ୍କ ପତ୍ନୀଙ୍କୁ ଠକିବା ମାମଲାରେ ଚନ୍ଦ୍ରଶେଖରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା।

ଗତ ସପ୍ତାହରେ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ର ଅପରାଧିକ ବିଭାଗ ଅଧୀନରେ ଚନ୍ଦ୍ରଶେଖର (୩୩)ଙ୍କୁ ସ୍ଥାନୀୟ ଜେଲରୁ ଗିରଫ କରାଯାଇଥିଲା। ପରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୯ ଦିନର ଇଡି ହେପାଜତକୁ ପଠାଇଥିଲେ।

Comments are closed.