ଟି-୨୦ ବିଶ୍ୱକପ: ଅଧିକାଂଶ ଭାରତୀୟ ଖେଳାଳି ମେ ୨୫ରେ ନ୍ୟୁୟର୍କ ଯିବେ

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତର ଅଧିକାଂଶ କ୍ରିକେଟର ଏବଂ ସପୋର୍ଟ ଷ୍ଟାଫ୍ ମେ ୨୫ରେ ନ୍ୟୁୟର୍କ ଯିବେ । ଅବଶିଷ୍ଟ ସଦସ୍ୟ ଆଇପିଏଲ୍ ଫାଇନାଲ ପରେ ମେ ୨୬ରେ ଆମେରିକା ଗସ୍ତ କରିବେ।

ପୂର୍ବରୁ କୁହାଯାଇଥିଲା ସେ ଭାରତୀୟ ଦଳର ଯେଉଁ ସଦସ୍ୟ ଆଇପିଏଲ୍ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିନାହାଁନ୍ତି ସେମାନେ ମେ ୨୧ ରେ ଆମେରିକା ଯିବେ । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ସେମାନେ ମେ ୨୫ରେ ଆମେରିକା ଗସ୍ତ କରିବେ ।

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ ଯେ, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମରା, ରିଷଭ ପନ୍ତ, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଏବଂ ସହାୟକ ଷ୍ଟାଫ୍ ଆସନ୍ତା ୨୫ରେ ଗସ୍ତ କରିବେ।

ପ୍ରଥମ ବ୍ୟାଚ୍ ମେ ୨୧ରେ ନ୍ୟୁୟର୍କ ଯିବାର ଥିଲା । କିନ୍ତୁ ଭାରତୀୟ ଦଳ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଥିବାରୁ (ବାଂଲାଦେଶ ବିପକ୍ଷରେ ଜୁନ୍ ୧ରେ) ଖେଳାଳିମାନେ ଘରେ କିଛି ଅତିରିକ୍ତ ସମୟ ବିତାଇବାକୁ ପାଇବେ।

ଆଇପିଏଲ୍ ଫାଇନାଲ୍ ଖେଳୁଥିବା ଖେଳାଳିମାନେ ମେ ୨୭ରେ ନ୍ୟୁୟର୍କ ଯାତ୍ରା କରିବେ । ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ ଜୁନ୍ ୫ରେ ଆୟର୍ଲାଣ୍ଡ ଏବଂ ଜୁନ୍ ୯ରେ ପାକିସ୍ତାନ ବିପକ୍ଷରେ ଖେଳିବ।

ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଯଶସ୍ୱୀ ଜୈସଓ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମରା ।

Comments are closed.