ମମତା ପୁଣି ଆହତ, ହେଲିକପ୍ଟରରେ ଚଢ଼ିବା ବେଳେ ପଡ଼ିଗଲେ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର (ଏପ୍ରିଲ ୨୭) ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିଲେ।

ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି। ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । ତେବେ ସେ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି। ଏହି ଘଟଣା ସତ୍ତ୍ୱେ ମମତା ନିର୍ବାଚନ ଯାତ୍ରା ଜାରି ରଖିଥିଲେ। ଦୁର୍ଗାପୁର ପରେ ସେ ଆସାନସୋଲକୁ ଯାଆଥିଲେ |

ଏହା ପୂର୍ବରୁ ମମତା ବାନାର୍ଜୀ ମାର୍ଚ୍ଚ ୧୪ରେ କୋଲକାତାର କାଳିଘାଟ ସ୍ଥିତ ତାଙ୍କ ଘରେ ପଡ଼ିଯାଇଥିଲେ। ତାଙ୍କ କପାଳରେ ଗଭୀର ଆଘାତ ଲାଗିଥିଲା | ତାଙ୍କୁ ଏସଏସକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କପାଳ ଓ ନାକରେ ୪ଟି ଷ୍ଟିଚ୍ ପଡ଼ିଥିଲା।

Comments are closed.