ପଶ୍ଚିମବଙ୍ଗ କ୍ୟାବିନେଟର ମଞ୍ଜୁରୀ: ରାଜ୍ୟପାଳ ବଦଳରେ ମମତା ବାନାର୍ଜୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବଦଳରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପଶ୍ଚିମବଙ୍ଗ କ୍ୟାବିନେଟ ସୋମବାର ଅନୁମୋଦନ କରିଛି। ଏହା ସହିତ ରାଜ୍ୟପାଳଙ୍କୁ ବେସରକାରୀ ବିଶ୍ୱବିଦ୍ୟାଳୟର ‘ପରିଦର୍ଶକ’ ପଦରୁ ହଟାଇବା ଏବଂ ତାଙ୍କ ସ୍ଥାନରେ ରାଜ୍ୟର ଶିକ୍ଷା ମନ୍ତ୍ରୀ ନିଯୁକ୍ତ କରିବାକୁ ଅନ୍ୟ ଏକ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ କୃଷି ଏବଂ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଜୁନ୍ ୧୦ ରୁ ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବ ବିଲ୍ ଆକାରରେ ଉପସ୍ଥାପିତ ହେବ |

ଏହି ପ୍ରସ୍ତାବ ଗୁଡ଼ିକୁ ରାଜ୍ୟ ବିଧାନସଭାରେ ବିଲ୍ ଭାବରେ ପାରିତ ହେବା ଜରୁରୀଏବଂ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟପାଳଙ୍କ ସହମତି ନିଆଯିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ୨୬ ମେ’ରେ ରାଜ୍ୟପାଳ ଧନଖରଙ୍କୁ ହଟାଇବା ଏବଂ ତାଙ୍କ ସ୍ଥାନରେ ମମତାଙ୍କୁ କୁଳାଧିପତି କରିବା ପାଇଁ ରାଜ୍ୟ କ୍ୟାବିନେଟ ଏକ ସଂକଳ୍ପ ପାରିତ କରିଥିଲା।

Comments are closed.