କ୍ୟାଟ୍ରିନା-ଭିକିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ବଲିଉଡ୍ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ମୁମ୍ବାଇ ପୋଲିସ ଏହି ସୂଚନା ଦେଇଛି। ଭିକି କୌଶଲଙ୍କ ଅଭିଯୋଗ ପରେ ମୁମ୍ବାଇର ସାଣ୍ଟା କ୍ରୁଜ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଜଣେ ବ୍ୟକ୍ତି ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ସୋସିଆଲ ମିଡିଆରେ ହତ୍ୟା କରିବାକୁ ଧମକ ଦେଉଛନ୍ତି ବୋଲି ଭିକି କୌଶଲ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ।

ସେ କହିଛନ୍ତି ଯେ ଅଭିଯୁକ୍ତ ଗତ କିଛି ଦିନ ହେବ ତାଙ୍କ ପତ୍ନୀଙ୍କୁ ପିଛା କରୁଥିଲେ । ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିବା ପରେ ମୁମ୍ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରି କିଛି ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରିଥିଲା।

କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ଗତ ବର୍ଷ ଡିସେମ୍ବରରେ ବିବାହ କରିଥିଲେ।

Comments are closed.