ଦୋକାନ ଉପରେ ତ୍ରିରଙ୍ଗା ଲଗାଇବା ବେଳେ ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଭୋପାଳ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସାହର ସହ ଦୋକାନରେ ତ୍ରିରଙ୍ଗା ଲଗାଉଥିବା ବେଳେ ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ବାରୱାଠାରେ ଘଟିଛି । ଯୁବକ ଜଣକ ତାଙ୍କ ଦୋକାନର ଛାତ ଉପରେ ତ୍ରିରଙ୍ଗା ଲଗାଉଥିଲେ। ତ୍ରିରଙ୍ଗା ଏକ ଲୁହା ପାଇପରେ ଲାଗିଥିଲା, ଯାହା ଘର ନିକଟରେ ଯାଉଥିବା ୧୧ କେଭି ବିଦ୍ୟୁତ୍ ଲାଇନ ସହିତ ସଂସ୍ପର୍ଶରେ ଆସିଯାଇଥିଲା | ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

Comments are closed.