ନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା

ଛିନ୍ଦୱାଡା (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଜଣେ ଯୁବକ କୁରାଢ଼ିରେ ନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା କରିଛି । ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଛି। ପୋଲିସ ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ବୋଦଲ କଛାର ଗ୍ରାମରେ ଘଟିଛି ଏହି ଘଟଣା । ଏହି ଗଣହତ୍ୟାର କାରଣ ଜଣାପଡି ନାହିଁ। ତେବେ ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇ ଏଭଳି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.