କଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେଲେ ମନପ୍ରୀତ ସିଂ ବାଦଲ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ରରେ ମନପ୍ରୀତ ବାଦଲ ତାଙ୍କ ଇସ୍ତଫାର କାରଣ ଦଳରେ ଗୋଷ୍ଠୀବାଦ ବୋଲି ଦର୍ଶାଇଛନ୍ତି।

ମନପ୍ରୀତ ସିଂ ବାଦଲ ହେଉଛନ୍ତି ପଞ୍ଜାବର ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ତଥା ଅକାଳି ଦଳର ସଂଯୋଜକ ପ୍ରକାଶ ସିଂ ବାଦଲଙ୍କ ପୁତୁରା । ସେ ପ୍ରକାଶ ସିଂ ବାଦଲଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଅକ୍ଟୋବର ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅକାଳି ଦଳରୁ ସେ ବହିଷ୍କୃତ ହୋଇଥିଲେ ।

ଏହା ପରେ ମନପ୍ରୀତ ସିଂ ବାଦଲ ୨୦୧୧ ମସିହାରେ ‘ପିପୁଲ୍ସ ପାର୍ଟି ଅଫ୍ ପଞ୍ଜାବ’ ନାମରେ ନିଜର ଏକ ନୂଆ ଦଳ ଗଠନ କରିଥିଲେ, ଯାହାକୁ ସେ ୨୦୧୭ରେ କଂଗ୍ରେସ ସହ ମିଶ୍ରଣ କରିଥିଲେ।

ସେ କଂଗ୍ରେସ ଟିକେଟରେ ବଠିଣ୍ଡା (ଅର୍ବାନ)ରୁ ୨୦୧୭ ବିଧାନସଭା ନିନିର୍ବାଚନ ଲଢ଼ିଥିଲେ ଏବଂ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ପରାସ୍ତ କରି ଜିତିଥିଲେ। କିନ୍ତୁ ଏହି ଆସନରୁ ୨୦୨୨ ବିଧାନସଭା ନିର୍ବାଚନରେ ​​ମନପ୍ରୀତ ବାଦଲ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ ।

Comments are closed.