କନ୍ଧମାଳ ଜିଲ୍ଲାରେ ମାଓ ଶିବିର ଧ୍ୱସ୍ତ

ଫୁଲବାଣୀ- କନ୍ଧମାଳ ଜିଲ୍ଲାରେ ଏକ ମାଓ ଶିବିରକୁ ଧ୍ୱସ୍ତ କରିଛନ୍ତି ସୁରକ୍ଷା ବାହିନୀ । ବାଲିଗୁଡା ଥାନା ଅନ୍ତର୍ଗତ ଶୁଡ୍ରା ପଞ୍ଚାୟତର ତିଲକି ଗ୍ରାମ ନିକଟ ଜଙ୍ଗଲରେ ଗତ ୧୭ ତାରିଖରେ ଏସ୍ଓଜି ଓ ଡିଭିଏଫ ମିଳିତ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ସେଠାରେ କେକେବିଏନର ୮-୧୦ ଜଣ ମାଓବାଦୀ ଥିଲେ ବୋଲି ସନ୍ଦେହ କରାଯାଉଛି । ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଛି l ସେଠାରୁ ମେଡିସିନ୍, ମାଓ ପୋଷାକ, ଛୁରୀ, ଟାଙ୍ଗିଆ,ଟିଫିନ, ଆଲୁମିନିଅମ ହାଣ୍ଡି, ଡେକଚି, ପାଲ ଜବତ କରାଯାଇଛି ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ .ପି ବୀନିତ ଅଗ୍ରୱାଲ l

Comments are closed.