ଦିଲ୍ଲୀରେ ପୁଣି ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଲାଗିବ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବ୍ୟକ୍ତିଗତ ଚାରି ଚକିଆ ଯାନରେ ଏକାଠି ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଚିନ୍ତା ବଢ଼ାଇ ଦେଇଛି । ତଥ୍ୟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୨୪୯୫ ନୂଆ ମାମଲା ରିପୋର୍ଟ ହୋଇଛି। ଏହାଛଡ଼ା ଆଉ ୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫୦୬କୁ ବୃଦ୍ଧି ପାଇଛି। ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ହାର ୧୫.୪୧ ପ୍ରତିଶତ ରେକର୍ଡ କରାଯାଇଛି |

Comments are closed.