ଦିଲ୍ଲୀରେ ପୁଣି ମାସ୍କ ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପୁଣି କରୋନା ମାମଲା ବଢୁଥିବା ବେଳେ ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୫୦୦ ଟଙ୍କା ଜରିମାନା କରାଯିବ। ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଜମ୍ଏ) ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ସ୍କୁଲ ବନ୍ଦ ନକରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସ୍କୁଲ୍ ଗୁଡ଼ିକୁ ଚଳାଇବା ପାଇଁ ବିଶେଷଜ୍ଞଙ୍କଠାରୁ ନିଆଯାଇଥିବା ପରାମର୍ଶକୁ ଆଧାର କରି ଏକ ପୃଥକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର (ଏସ୍ଓପି) କାର୍ଯ୍ୟକାରୀ ହେବ |

ମାସ୍କର ବାଧ୍ୟତାମୂଳକ ବ୍ୟବହାରକୁ ନେଇ ଦିଲ୍ଲୀ ସରକାର ଖୁବ୍ ଶୀଘ୍ର ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ସାମାଜିକ ସମାବେଶ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ଜାତୀୟ ରାଜଧାନୀରେ କରୋନା ଟେଷ୍ଟ ସଂଖ୍ୟା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ବୁଧବାର ଦିଲ୍ଲୀରେ କୋଭିଡ-୧୯ର ୬୩୨ ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ସଂକ୍ରମଣ ହାର ୪.୪୨ ପ୍ରତିଶତ ରହିଛି।

Comments are closed.