ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ସଚିବଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନଙ୍କ ଆଲୋଚନା

ଭୁବନେଶ୍ବର- ବୁଧବାର ଓଡିଶା ସମଗ୍ର ଶିକ୍ଷାସ୍ଥିତ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗୀୟ ସଚିବ, ଆଶ୍ବଥ୍‌.ଏସ୍ ଏବଂ ସମଗ୍ର ଶିକ୍ଷାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହାଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ୩ ଦଫା ସମ୍ବଳିତ ଦାବି ଉପସ୍ଥାପନ କରିଥିଲେ ।

ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସମସ୍ତ ଦାବି ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଉପସ୍ଥାପନ କରାଯିବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ସମ୍ପର୍କରେ ବିଭାଗ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯିବା ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା।

Comments are closed.